ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି ଦେଶ - ବିଦେଶ July 31, 2026ONNLeave a Comment on ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନା ପାଇଁ ମୋଟ ୩.୧୫ ଲକ୍ଷ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ଯୋଗ୍ୟ ଚାଷୀ ଆଗାମୀ ବର୍ଷଗୁଡ଼ିକରେ ପ୍ରତିବର୍ଷ ୬,୦୦୦ ଆର୍ଥିକ ସହାୟତା ପାଇବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତିବର୍ଷ ୬,୦୦୦ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ରାଶି ପ୍ରତି ଚାରି ମାସରେ ତିନୋଟି ସମାନ କିସ୍ତିରେ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଏ। Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...