Supreme court

‘ଆନ୍ଦୋଳନ ହେଉଛି ବୋଲି ଲାଠିଚାର୍ଜ କରିପାରିବେନି ପୋଲିସ’: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ନୂଆଦିଲ୍ଲୀ: ଦେଶରେ ଛାତ୍ର ଆନ୍ଦୋଳନ ସମୟରେ ପୋଲିସର କଥିତ ଅତ୍ୟଧିକ ବଳପ୍ରୟୋଗକୁ ନେଇ ଦାଖଲ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, “କେବଳ ଆନ୍ଦୋଳନ ହେଉଛି ବୋଲି ପୋଲିସ ଲାଠିଚାର୍ଜ କରିପାରିବେ ନାହିଁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସମ୍ବିଧାନ ପ୍ରଦତ୍ତ ଅଧିକାର।” NEET-UG ପେପର ଲିକ୍‌ ଓ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା […]

Read More Text.
Amendment Bill

ପେପର ଲିକ୍ ରୋକିବାକୁ ପରୀକ୍ଷା ସଂଶୋଧନ ବିଲ୍ ଆଗତ, ବଡ଼ ପଦକ୍ଷେପ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ନୂଆ ବିଲ୍ ଆଇନ ତିଆରି ହେବା ପରେ ପେପର ଲିକ୍ ପାଇଁ ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୧୦ […]

Read More Text.

ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ୬ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ତୁରନ୍ତ କୌଣସି କଠୋର ସାମରିକ ବା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଅଶୋଧିତ ତୈଳ ଦର ପ୍ରାୟ ୬ ପ୍ରତିଶତ ତଳକୁ ଖସିଯାଇଛି, ଯାହାକି ବିଗତ କିଛି ସପ୍ତାହ ମଧ୍ୟରେ ସବୁଠାରୁ ଶୀଘ୍ର ହ୍ରାସ ବୋଲି ବିବେଚନା କରାଯାଉଛି। ଗତ କିଛି ଦିନ […]

Read More Text.

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ, ‘ଜିନ୍ଦାବାଦ’ ନାରାରେ ଗୁଞ୍ଜରିତ ହେଲା ସଂସଦ ଭବନ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ କାରଣରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରୀ ପଦ ଛାଡ଼ିବା ପରେ ମଧ୍ୟ ବିଜେପି ଦଳ ଭିତରେ ତାଙ୍କର ଦବଦବା ଏବଂ ଲୋକପ୍ରିୟତା ଟିକିଏ ବି କମିନାହିଁ ବୋଲି ସଂସଦ ଭବନରେ ଦେଖିବାକୁ ମିଳିଛି। ଇସ୍ତଫା ଦେବା ପରେ ଯେତେବେଳେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ […]

Read More Text.

ଜ୍ୟୋତିର୍ମୟୀଙ୍କ କଣ୍ଠରେ ଦୁଲୁକିଲା ମୁମ୍ବାଇ, ପ୍ରଥମ ଓଡ଼ିଆ ଭାବେ ଜିତିଲେ ଇଣ୍ଡିଆନ ଆଇଡଲ୍ ମୁକୁଟ

ମୁମ୍ବାଇ : ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଦେଶର ସବୁଠାରୁ ବଡ଼ ମ୍ୟୁଜିକ୍ ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ ସିଜନ ୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ। ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ଇତିହାସ ରଚି ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ମୁକୁଟ ପିନ୍ଧିଛନ୍ତି। ଟ୍ରଫି ସହ ମିଳିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରବିବାର ଅନୁଷ୍ଠିତ ଏହି ମହାମୁକାବିଲାରେ ସାରା ଦେଶରୁ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ […]

Read More Text.

ନନ୍ଦନ ନୀଲେକଣିଙ୍କ ନେତୃତ୍ୱରେ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରତିଯୋଗିତାମୂଳକ ପରୀକ୍ଷାର ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓ ବାର୍ତ୍ତାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ,ଏହି ଟାସ୍କ ଫୋର୍ସର ନେତୃତ୍ୱ ଇନଫୋସିସର ସହ-ସଂସ୍ଥାପକ ତଥା ପ୍ରଯୁକ୍ତିବିଦ୍ୟା ନନ୍ଦନ ନୀଲେକଣି ନେବେ। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ […]

Read More Text.

ପିଓକେ ଛଡ଼ା ପାକିସ୍ତାନ ସହ ଅନ୍ୟ କୌଣସି ବିଷୟ‌ରେ କଥାବାର୍ତ୍ତା ହେବନି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସ୍ପଷ୍ଟ କରିଛନ୍ତି ଯେ, ଭାରତ ପିଓକେ (ପାକିସ୍ତାନ-ଅଧିକୃତ କାଶ୍ମୀର) ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ‌ରେ ପାକିସ୍ତାନ ସହ କଥାବାର୍ତ୍ତା କରିବନାହିଁ। ରାଜନାଥ କହିଛନ୍ତି, ପିଓକେ ହେଉଛି ଭାରତର ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ଏବେ ବେଆଇନ ଭାବେ ପାକିସ୍ତାନ ଅଧୀନରେ ରହିଛି। ଦ୍ରାସ୍‌ରେ କାର୍ଗିଲ ଯୁଦ୍ଧ ସ୍ମାରକସ୍ଥଳରେ କାର୍ଗିଲ ବିଜୟ ଦିବସ ସ୍ମୃତି ସମାରୋହ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ପାକିସ୍ତାନ ଆତଙ୍କବାଦକୁ ଏହାର ରାଷ୍ଟ୍ରନୀତି କରିଛି। […]

Read More Text.

ମାଇନ ସଂସ୍ପର୍ଶରେ ଆସି ହର୍ମୁଜରେ ଜଳିଗଲା ତୈଳ ଟ୍ୟାଙ୍କର

ନୂଆଦିଲ୍ଲୀ: ଇରାନୀ ସମ୍ବାଦ ସରବରାହ ସଂସ୍ଥା ‘ତସନିମ’ ଅନୁସାରେ ହର୍ମୁଜ ପ୍ରଣାଳୀରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଛି। ଜାହଜରେ ଏହି ବିସ୍ଫୋରଣ ଇରାନ ଦ୍ୱାରା ନିର୍ଦ୍ଧାରିତ ଜଳ ମାର୍ଗ ବାହାରେ ମାଇନ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି। ଏହି ମାମଲାରେ ଇରାନ ଅଧିକାରୀମାନେ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇ ନାହାନ୍ତି। ଏହି ଘଟଣା ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କ୍ରପ (ଆଇଆରଜିସି) ଦ୍ୱାରା ଗୁରୁବାର ଦିଆଯାଇଥିବା ସୂଚନା ପରେ ଆସିଛି। ୩ଟି ତୈଳ ଟ୍ୟାଙ୍କର ହର୍ମୁଜ ପାର […]

Read More Text.

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପ୍ରହ୍ଲାଦ ଯୋଶୀ । ପ୍ରହ୍ଲାଦ ଯୋଶୀ ଖାଦ୍ୟ, ସାଧାରଣ ବଣ୍ଟନ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ। ଆଜି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ ପରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସେ ଏହି ଦାୟିତ୍ୱକୁ କର୍ତ୍ତବ୍ୟବୋଧ ଓ ବିନମ୍ରତାର ସହ […]

Read More Text.

ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାରେ ଭାରତୀୟ ‘ଜେନ୍‌ ଜେଡ୍‌’ଙ୍କୁ ପ୍ରବଳ ପ୍ରଶଂସା

ନୂଆଦିଲ୍ଲୀ: ଭାରତର ଜେନ୍ ଜେଡ୍‌ ଆନ୍ଦୋଳନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କାରଣ ହୋଇଥିଲା। ଏହି ଆନ୍ଦୋଳନ କେବଳ ଦେଶର ଆକର୍ଷଣ ନୁହେଁ ବରଂ ସୀମା ଡେଇଁ ପଡ଼ୋଶୀ ପାକିସ୍ତାନ, ନେପାଳ ଓ ଶ୍ରୀଲଙ୍କାର ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଭାରତୀୟ ଯୁବପିଢ଼ି କିପରି ମାସକ ଧରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଗୋଟିଏ ପ୍ରସଙ୍ଗରେ ଆନ୍ଦୋଳନ କରି ସେମାନଙ୍କ ଲକ୍ଷ୍ୟ ହାସଲ କରିଥିଲେ ତା’ର ପ୍ରଶଂସା କରାଯାଇଥିଲା। ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ନେପାଳରେ ପୂର୍ବରୁ ଜେନ୍‌ […]

Read More Text.