Category: ଦେଶ – ବିଦେଶ
ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା
ନୂଆଦିଲ୍ଲୀ : ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରୀମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ। ସାଧାରତଃ ତିଥି ଦେଖି ନିଷ୍ପତ୍ତି ନେଉଥିବା ବିଜେପି ସରକାର, ୧୭ ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ପାରନ୍ତି । ଜୁନ ୧୫ରେ ମଳମାସ ଶେଷ ହେବ ଓ ୧୬ ତାରିଖରେ ପ୍ରତିପଦ। ତେଣୁ […]
Read More Text.‘ଅପରେସନ ଡେଲଟା ହଣ୍ଟ୍: ୩୬୨ ବାଂଲାଦେଶୀ ଗିରଫ, ୭୮୨ ସନ୍ଦୀଗ୍ଧ ଅଟକ
ଅହମଦାବାଦ: ଗୁଜରାଟରେ ଅପରେସନ ଡେଲଟା ହଣ୍ଟ୍’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍ ଡେଲଟା ହଣ୍ଟ୍ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୧୦୩ ପୁରୁଷ, ୧୮୮ ମହିଳା ଏବଂ ୭୧ ଶିଶୁ ଅଛନ୍ତି। ଅହମଦାବାଦ ସହରରେ ସର୍ବାଧିକ ୧୫୫ ଜଣ ଗିରଫ ହୋଇଥିବାବେଳେ ସୁରଟ ସହରରେ ୮୪, ଅହମଦାବାଦ ରୁରାଲ୍ରେ ୩୪, […]
Read More Text.ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, Z+ରୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା
କୋଲକତା : ପଶ୍ଚିମବଙ୍ଗରେ ଟିଏମସିର କ୍ଷମତା ଯିବା ପରେ ଏହାର ପ୍ରଭାବ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ଉପରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜେପି ସରକାର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କ ସୁରକ୍ଷାକୁ Z+ ବର୍ଗରୁ ହଟାଯାଇ Y କ୍ୟାଟେଗୋରୀକୁ ଖସାଇ ଦିଆଯାଇଛି । ସୌରଭ ଗାଙ୍ଗୁଲି ଏବେ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନର ସଭାପତି ରହିଛନ୍ତି । ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ପରେ ଅନେକ ନେତା ଓ ସାଂସଦଙ୍କ ସୁରକ୍ଷାରେ […]
Read More Text.ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ; ଚାଲିଗଲା ୧୦ ଜୀବନ
ପାଟନା : ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୦ ଜଣଙ୍କ ଜୀବନ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିହାରର ମୁଜାଫରପୁର ଜିଲ୍ଲାର ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ୯:୩୦ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି, କିନ୍ତୁ ମୃତକଙ୍କ ସଂଖ୍ୟା ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ, ହସ୍ପିଟାଲର ଉପର ମହଲାରେ ଥିବା ଆଇସିୟୁରେ ଅଗ୍ନିକାଣ୍ଡ […]
Read More Text.ବହିଷ୍କୃତ ଟିଏମସି ବିଧାୟକ ହେଲେ ବିରୋଧୀ ଦଳ ନେତା, ମମତାଙ୍କୁ ଶକ୍ତ ଧକ୍କା
କଲକାତା: ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର ପ୍ରଦାନ କରି ୬୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଚିଠିରେ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ରୀତାବ୍ରତଙ୍କ ନାମ ମଧ୍ୟ ପ୍ରସ୍ତାବିତ କରାଯାଇଛି। ରିତବ୍ରତ […]
Read More Text.କର୍ଣ୍ଣାଟକରେ ଆଜିଠାରୁ ଡିକେ ଶିବକୁମାର ସରକାର
ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏବଂ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପରେ, ଡିକେ ଶିବକୁମାର ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କର ଶପଥ ଗ୍ରହଣ କର୍ଣ୍ଣାଟକର […]
Read More Text.ଛଅଟି ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଦେଶର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଆର୍ଥିକ ଝଟକାରୁ ରକ୍ଷା କରିବା ପାଇଁ ମୋଟ ୩୯,୨୯୦ କୋଟି ଟଙ୍କାର ଛଅଟି ପ୍ରମୁଖ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବୁଧବାର ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ଦେଶର ବିମାନ ଚଳାଚଳ ଶିଳ୍ପର ବାଲାନ୍ସ ସିଟ୍, ବାଣିଜ୍ୟିକ ପରିବହନ ବ୍ୟବସ୍ଥା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ତଃ-ସହର ସଂଯୋଗୀକରଣକୁ ସିଧାସଳଖ ପ୍ରଭାବିତ କରିବ। ଏହି ମେଗା ପ୍ୟାକେଜରେ ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ) […]
Read More Text.ରେସ୍ତୋରାଁରେ ଭୟଙ୍କର ଅଗ୍ନିକାଣ୍ଡ : ୨୧ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ହଠାତ୍ ଲାଗିଲା ନିଆଁ। ସବୁକିଛି ପୋଡି ପାଉଁଶ ହୋଇଗଲା। ବୁଧବାର ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅନେକ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ମାତ୍ରେ ଲୋକେ ଜୀବନ ବଞ୍ଚାଇବାକୁ […]
Read More Text.ଆମେରିକାରେ ଅବୈଧ ଭାବେ ରହୁଥିବା ୩୦ ଭାରତୀୟ ଟ୍ରକ ଡ୍ରାଇଭର ଗିରଫ
ନୂଆଦିଲ୍ଲୀ : ଆମେରିକୀୟ ଏଜେନ୍ସୀ ଅବୈଧ ଭାବେ ରହୁଥିବା ୩୦ରୁ ଅଧିକ ଭାରତୀୟଙ୍କ ଗିରଫ କରିଛି । ଏମାନେ ବେଆଇନ ଭାବେ ରହି ବ୍ୟବସାୟିକ ଟ୍ରକ୍ ଚଲାଉଥିଲେ । ଆମେରିକା ଫେଡେରାଲ୍ ଏଜେନ୍ସି ପକ୍ଷରୁ ଚଲାଇଯାଇଥିବା ଏକ ବଡ଼ ଧରଣର ସ୍ୱତନ୍ତ୍ର ଅଭିଯାନ ସମୟରେ ଏହି ଗିରଫଦାରୀ ହୋଇଛି । ଖବୁଶୀଘ୍ର ଏମାନଙ୍କୁ ଭାରତ ଡିପୋର୍ଟ କରାଯିବ ବୋଲି ଜଣାପଡିଛି । ଆମେରିକା କଷ୍ଟମ୍ସ ଆଣ୍ଡ ବୋର୍ଡର ପ୍ରୋଟେକ୍ସନ ଜାରି କରିଥିବା ଏକ ବିବୃତି ଅନୁଯାୟୀ, ଗତ ମେ […]
Read More Text.