Photo For The News Of Sand Loaded (jabat)truck

୮ ଚୋରା ବାଲି ବୋଝେଇ ହାଇୱା ଜବତ

State

ଆଗରପଡ଼ା :ଜିଲ୍ଲା ଖଣିଜ ବିଭାଗ, ବନ୍ତ ତହସିଲ ଏବଂ ପୋଲିସ୍ ପ୍ରଶାସନର ମିଳିତ ଚଢ଼ାଉରେ ବନ୍ତ ଥାନା ଅଧୀନ ଭଦ୍ରକ ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରୁ ୮ଗୋଟି ଚୋରା ବାଲି ବୋଝେଇ ହାଇୱାକୁ ଜବତ୍ କରାଯାଇ ଥାନାକୁ ଅଣାଯାଇଥିବା ବେଳେ ଚାଳକଙ୍କୁ ପୋଲିସ୍ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ତେବେ କେନ୍ଦୁଝର ଜିଲ୍ଲାରୁ ବେଧଡକ ଭାବରେ ବିଭିନ୍ନ ଜିଲ୍ଲାକୁ ଚୋରା ବାଲି ଚାଲାଣ ହୋଇ ଚାଲିଥିବା ବେଳେ ବିଭିନ୍ନ ସମୟରେ ବହୁ ଧନଜୀବନ ହାନି ହେବା ସହ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିଲେ ସୁଦ୍ଧା ପ୍ରଶାସନର ଏଥିପ୍ରତି ନିଘା ନଥିଲା । ତେବେ ଚୋରା ବାଲି ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା ଖଣିବିଭାଗ ,ବନ୍ତ ତହସିଲ ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୮ଗୋଟି ଓଭରଲୋଡ଼ିଂ ବାଲି ବୋଝେଇ ହାଇୱାକୁ ଜବତ୍ କରି ଥାନାକୁ ଅଣାଯିବା ସହ ଚାଳକଙ୍କୁ ପୋଲିସ୍ ଅଟକ ରଖି ୪୫/୨୦୨୫ ମୂଳେ ମାମଲା ରୁଜ୍ଜୁ କରିଥିବା ଜଣାପଡ଼ିଛି ।