ବାରିପଦା : ରାଇରଙ୍ଗପୁର ଆଦର୍ଶ ସ୍କୁଲରେ ୨ ଜଣ ଛାତ୍ର ଚଳିତବର୍ଷ ଭୁବନେଶ୍ବରସ୍ଥ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ସୂଚନାଯୋଗ୍ୟ ଭୁବନେଶ୍ଵର ଆଇକନିକ ଆଦର୍ଶ ବିଦ୍ୟାଳୟରେ ଏକାଦଶ ଓ ଦ୍ଵାଦଶ ପଢ଼ିବା ପାଇଁ ରାଜ୍ୟ ସ୍ତରରେ ସମସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଇଁ ଏକ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।
ଦଶମ ଶ୍ରେଣୀରେ ଯେଉଁମାନେ ଶତକଡା ୯୦ ରୁ ଅଧିକ ମାର୍କ ରଖିଥାନ୍ତି ସେହିମାନେ କେବଳ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।ସେଠାରେ ମାଗଣାରେ ରହିବା,ପଢିବା, ପୋଷାକ ସରକାର ବହନ କରିଥାନ୍ତି ।ସେମାନଙ୍କୁ ଜାତୀୟ ସ୍ତରର ପରୀକ୍ଷା ତଥା ଜେଇଇ, ନିକ୍ ଏବଂ କ୍ଲାଟ ପରିକ୍ଷା ପାଇଁ ମାଗଣାରେ କୋଚିଂ ବ୍ୟବସ୍ଥା କରାଯାଇଥାଏ।ଚଳିତବର୍ଷ ରାଇରଙ୍ଗପୁର ଆଦର୍ଶ ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ମଧ୍ଯରୁ ୨ ଜଣ ଛାତ୍ର ଯୁବଲ ଅଗ୍ରଓ୍ବାଲ ଏବଂ ଦିପକ ସୋରେନ ପଢ଼ିବାପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ସ୍କୁଲ ତରଫରୁ ସେମାନଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ବଧାଇ ଜଣାଇଛନ୍ତି ।
