ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ କଟକଠାରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ରାଜ୍ୟସ୍ତରୀୟ ବରିଷ୍ଠ ଖେଳକୁଦ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୩୬ ଜଣିଆ ଦଳ କଟକ ଗସ୍ତ କରିଛନ୍ତି I
ଦଳରେ କାଜଲ ମାର୍ଣ୍ଡି, ଫୁଲସରୀ ମାର୍ଣ୍ଡି, ପୁଷ୍ପାବତୀ କିସ୍କୁ, ଅନିକା ବେଶ୍ରା, ରିତା ଦାସବାବୁ, ଭାରତୀ ହେମ୍ବ୍ରମ, ଶୋଭା କିସ୍କୁ, ବର୍ଷା ସୋରେନ, ସନ୍ଧ୍ୟା ହେମ୍ବ୍ରମ, ଶିବୁ ସିଂ, ସୁରାଇ ମାର୍ଣ୍ଡି, ସୁରେନ୍ଦ୍ର ହେମ୍ବ୍ରମ, ବିଶ୍ୱଜିତ ଦାସ, ସୁରେନ୍ଦ୍ର ବାଦ୍ରା, ଶ୍ଳୋକା ସାଇ, ଆଶୁତୋଷ ସିଂ, ରାଜେଶ କୁମାର ପାତ୍ର, ମାମୁନି ବିନ୍ଧାଣି, ରାଜେଶ୍ୱରୀ ସିଂ, ବସୁମତୀ ସାୟନ, ଶାନେ ଟୁଡୁ, ହାଡିବନ୍ଧୁ କିସ୍କୁ, ପଙ୍କଜ ସୋରେନ, ଦୀପୁ କିସ୍କୁ, ଦେବାଶିଷ ସମାଦ, ରାଲିଆ ମୁର୍ମୁ, ସନ୍ଧ୍ୟା ମୁର୍ମୁ, ମାନସ କୁମାର ସିଂ, ଗୋବିନ୍ଦ ଟୁଡୁ, ପ୍ରେମରାଜ ଟୁଡୁ, ଆସ୍ମାନ ପୂର୍ତ୍ତି, ଶଙ୍ଖ ବେଶ୍ରା, ଦଲନ ଚନ୍ଦ୍ର କୁଁଅରଦେଓ, ଚାନ୍ଦ୍ରୟ ମୁର୍ମୁ, ଅମିତ କୁମାର ଦଳବେହେରା ଓ ପ୍ରକାଶ କୁମାର ନାୟକ ସାମିଲ ଅଛନ୍ତି ବୋଲି ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ ଜଣାଇଛନ୍ତି I
ଟିମ ମ୍ୟାନେଜର ଭାବେ ନରେଶ ଚନ୍ଦ୍ର ହେମ୍ବ୍ରମ ଓ କୋଚ ଭାବେ ଦଲନ ଚନ୍ଦ୍ର କୁଁଅରବାବୁ ଦଳ ସହିତ ଗସ୍ତ କରିଛନ୍ତି I ଚଳିତ ମାସ ୬ ଓ ୭ ତାରିଖ ଦୁଇଦିନ ଧରି ଏହି ଚମ୍ପିୟାନସିପ ଅନୁଷ୍ଠିତ ହେବବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
