ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

BREAKING NEWS ଅପରାଧ ଖେଳ ଦେଶ - ବିଦେଶ ରାଜ୍ୟ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ୱିକେଟ୍‌ରେ ପରାସ୍ତ କରିଥିଲା। ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।

ବାରବାଟୀରେ ଭାରତକୁ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ରୋହିତଙ୍କ ଟିମ୍ ୪୨.୩ ଓଭରରେ ୬ୱିକେଟ୍ ହରାଇ ୩୦୮ ରନ୍ କରିଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା।

Shrutilipi ad