Img 20250121 Wa0146

ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ ଉଦଯାପିତ

State
  • ସମ୍ବର୍ଦ୍ଧିତ ହେଲେ ନଗରପାଳ ଓ ରକ୍ତଦାତା

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ପୂର୍ଣ୍ଣଚନ୍ଦ୍ର ପୁର ଠାରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ୬ ଦିନିଆ ମକର ମହୋତ୍ସବ ଉଦଯାପିତ ହୋଇଯାଇଛି I ଶେଷ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି ପୁରସ୍କାର ବିତରଣ କରିବା ସହ ତ୍ରିରଙ୍ଗା କ୍ଲବ ଦ୍ୱାରା ଆୟୋଜିତ ମକର ଧମାକା ଏକ ନିଆରା ପରିକଳ୍ପନା ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଡଃ ଦେବାଶିଷ ମାର୍ଣ୍ଡି ଓ ସମାଜସେବୀ ଅଜୟ କୁମାର ମୋଦୀ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ତ୍ରିରଙ୍ଗା କ୍ଲବର ଉତ୍ତରତ୍ତର ଉନ୍ନତି କାମନା କରିଥିଲେ I ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ତ୍ରିରଙ୍ଗା କ୍ଲବର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I ଏହି ଅବସରରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଙ୍କୁ ତାଙ୍କର ଉଚ୍ଚମାନର କାର୍ଯ୍ୟ ଧାରା ପାଇଁ ଏବଂ ବିଶିଷ୍ଟ ସମାଜସେବା ତଥା ୧୨୨ ଥର ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ଡଃ ନିରୋଜ କୁମାର ପୋଥାଳଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କ୍ଲବର ବରିଷ୍ଠ ସଦସ୍ୟ ସରୋଜ ମହାପାତ୍ର (ଲିଟନ) ଙ୍କ ନେତୃତ୍ୱରେ ସାଜୁ ଭାଇ, ଉମେଶ ମହାରଣା, ଶେଖ ଅଜିତ, ଅମିତ ତେଲେଙ୍ଗା ଓ କିସନ ତେଲେଙ୍ଗା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଶେଷରେ ଝୁମର ନୃତ୍ୟର ତାଳେ ତାଳେ ଝୁମିଲେ ଦର୍ଶକ I