ବାରିପଦା-: ଶିମିିଳପାଳ ଅଭୟାରଣ୍ୟରେ ଶିକାରୀ ଙ୍କ ପାଦୂର୍ଭାବ ଦିନକୁ ଦିନ ବଢିବାରେ ଲାଗିଅଛି । ଶିମିଳିପାଳ ଅଭୟାରଣ୍ୟର ଜୀବଜନ୍ତୁ ଯେ ସୁରକ୍ଷିତ ନୁହନ୍ତି ତାହାର ଉଦାହରଣ ପୂର୍ବରୁ ଅନେକ ସମୟରେ ଦେଖିବାକୁ ମିଳିଛି । ବନବିଭାଗ ଦ୍ୱାରା ଶିକାରୀ ଗିରଫ ସାଙ୍ଗକୁ ଦେଶି ବନ୍ଧୁକ ଜବତ ଏବଂ ଏଥି ସହିତ ଅନେକଥର ଜୀବଜନ୍ତୁ ଙ୍କ ଛାଲ ନଖ ଆଦି ଉଦ୍ଧାର କରିବାର ଘଟଣା ରୁ ଏହା ପ୍ରମାଣିତ ହୋଇଅଛି । ସେହିଭଳି ଆଜି ବନବିଭାଗ ଦ୍ୱାର ବିରଳ ଶିମିଳିପାଳ ର କଳା ବାଘ ଚମଡା ଜବତ କରିବା ସହ ଚାରି ଜଣ ଶିକାରୀ ଙ୍କୁ ଗିରଫ କରାଯାଇଅଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ପ୍ରକଳ୍ପ ଅଧିନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ବଣିଆଦର ରୁ ଦୁଇଜଣ ଓ ଦୁବୁଲାଖୁଣ୍ଟା ଅଞ୍ଚଳରୁ ଦୁଇ ଜଣ ଶିକାରୀ ଙ୍କୁ ବନବିଭାଗ ଦ୍ୱାରା ଗିରଫ କରାଯାଇଅଛି । ଗିରଫ ଚାରିଜଣ ହେଲେ ଅଜମ୍ବର ନାଏକ , ପିତାମ୍ବର ନାଏକ , ରାମ ନାଏକ ଏବଂ ବୈରାମ ମୁର୍ମୁ । ଏଥି ପୂର୍ବରୁ ଦୁଇ ଜଣ ଶିକାରୀ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ବାଘ ନଖ ଏବଂ ଦାନ୍ତ ଜବତ କରାଯାଇଥିଲା । ସେମାନଙ୍କୁ ବନବିଭାଗ ପକ୍ଷରୁ ରିମାଣ୍ଡ ରେ ଅଣାଯାଇ ଅଧିକ ପଚାରା ଉଚାରା କରାଯିବାପରେ ଆଜି ପୁଣି ଚାରି ଜଣ ଶିକାରୀ ଙ୍କୁ ଗିରଫ କରାଯିବା ସହ କଳା ବାଘ ର ଚମଡା ଜବତ କରାଯାଇଅଛି । ମାତ୍ରଏହି ଘଟଣାରେ ମାଷ୍ଟର ମାଇଣ୍ଡ ଫେରାର ଅଛି । ତାକୁ ଧରିବାପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରିରହିଅଛି ।