Ee

ଅଯୋଗ୍ୟଙ୍କୁ ବାଦ୍ ପ୍ରକ୍ରିୟାରେ ବଳି ପଡିବେ ଯୋଗ୍ୟ ହିତାଧିକାରୀ

State
  • ରାସନ୍ କାର୍ଡ କାଟିବାକୁ କଡ଼ା ନିର୍ଦ୍ଦେଶ
  • ଆଶଙ୍କାରେ ଯୋଗ୍ୟ ହିତାଧିକାରୀ

ଆଗରପଡ଼ା :ସରକାର ଖାଉଟି ରାସନ୍ କାର୍ଡଧାରୀଙ୍କ ପାଇଁ ଏକ ମାନବଣ୍ଡ ସ୍ଥିରୀକୃତ କରିଛନ୍ତି । ଏହି ମାନଦଣ୍ଡ ମଧ୍ୟରେ ଯେଉଁ କାର୍ଡଧାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କର ଏକ ବାଦ ତାଲିକା ପ୍ରତି ବ୍ଲକକୁ ପ୍ରଦାନ କରାଯାଇଛି । କିନ୍ତୁ ସୂଚନା ଅନୁଯାୟୀ ଉକ୍ତ ତାଲିକାରେ ତ୍ରୁଟି ରହିଥିବା ବେଳେ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇଛନ୍ତି । ଯଦି ଅନୁଧ୍ୟାନ କରାଯାଏ ଖାଉଟି କାର୍ଡଧାରୀ ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । କେତେବେଳେ ଅର୍ଥର ଆବଶ୍ୟକ ହେଲେ ରଣ ପାଇଁ ବ୍ୟାଙ୍କର ସହାୟତା ନେଉଛନ୍ତି । ସେହି ସମୟରେ ବ୍ୟାଙ୍କ ଆୟକର ରିଟର୍ଣ୍ଣ ମାଗୁଛନ୍ତି । ସାଧାରଣ ଗରିବ ଲୋକଟି ବାଧ୍ୟ ହୋଇ ରିଟର୍ଣ୍ଣ ଫାଇଲ କରୁଛି । ତେଣୁ ଯେଉଁମାନେ ସରକାରଙ୍କୁ ଟିକସ ପ୍ରଦାନ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରକାଶିତ ତାଲିକାରୁ ବାଦ କରାଯାଉ । ରାସନ କାର୍ଡ ବାଦ ତାଲିକାରେ ତ୍ରୁଟି ସଂଶୋଧନ ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟକର ରିଟର୍ଣ୍ଣ ରାସନ କାର୍ଡ ହିତାଧିକାରୀ ଙ୍କୁ ପ୍ରଭାବିତ କରୁଥିବାରୁ ଏଥି ନେଇ ସରକାର ବିଚାର କରିବା ଜରୁରୀ ହୋଇପଡ଼ିଛି । ସରକାର ଯୋଗ୍ୟତା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରିଛନ୍ତି ଏବଂ ଇ-କେୱାଇସି ପ୍ରକ୍‌ିୟା ପରେ ପ୍ରତି ବ୍ଳକକୁ ଏକ ତାଲିିକା ପ୍ରଦାନ କରିଛନ୍ତି । ତଥାପି ଉକ୍ତ ତାଲିକାରେ ଅନେକ ତୃଟି ରହିଛି । ଯାହା ଫଳରେ ଯୋଗ୍ୟ ହିତାଧିକାରୀ ରାସନରୁ ବଂଚିତ ହେବାକୁ ଯାଉଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରୁ ଅନେକ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ, ଦୈନିକ ମଜୁରିଆ ଏବଂ ଆତ୍ମନିର୍ଭରଶୀଳ ବ୍ୟକ୍ତି । ଯେଉଁମାନେ ଆର୍ôଥକ ଆବଶ୍ୟକତା ସମୟରେ ପ୍ରାୟତଃ ଋଣ ପାଇଁ ବ୍ୟାଙ୍କକୁ ଯାଆନ୍ତି,ଯେଉଁଠାରେ ଆୟକର ରିଟର୍ଣ୍ଣ(ଆଇଟିଆର) ବାଧ୍ୟତାମୂଳକ । ଏହି କାରଣରୁ ବ୍ୟକ୍ତି ବ୍ୟାଙ୍କିଂ ଆବଶ୍ୟକତା ପୂରଣ କରିବା ପାଇଁ ଶୂନ୍ୟ ରିଟର୍ଣ୍ଣ ଫାଇଲ୍ କରନ୍ତି । ଯଦିଓ ସେମାନଙ୍କ ପ୍ରକୃତ ଆୟ କମ୍ ରହିଥାଏ ଏବଂ ରାସନ କାର୍ଡ ଯୋଜନାର ଯୋଗ୍ୟତା ମାନଦଣ୍ଡ ମଧ୍ୟରେ ରହିଥାଏ । ଶୂନ୍ୟ ରିଟର୍ଣ୍ଣ ଫାଇଲ୍ କରିବା ଆର୍ôଥକ ସ୍ଥିରତା ନିମ୍ବା ଯଥେଷ୍ଟ ଆୟ ସୂଚିତ କରେ ନାହିଁ, ବରଂ ଏହା ବ୍ୟାଙ୍କ ସେବା ପାଇବା ପାଇଁ ଏକ ପ୍ରକ୍ରିୟାଗତ ଆବଶ୍ୟକତା । ତେଣୁ ସରକାର ତ୍ରୁଟି ଚିହ୍ନଟ ଏବଂ ସଂଶୋଧନ କରି ଶୂନ୍ୟ ରିଟର୍ଣ୍ଣ ଆଇଟିଆର ଫାଇଲ୍ କରୁଥିବା ବ୍ୟକ୍ତିମାନେ ସ୍ୱୟଂଚାଳିତ ଭାବରେ ରାସନ ଲାଭ ପାଇବାରୁ ଅଯୋଗ୍ୟ ନ ହୁଅନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ପ୍ରକୃତ କରଦାତା ବ୍ୟକ୍ତି ଏବଂ କେବଳ ବ୍ୟାଙ୍କି ଆବଶ୍ୟକତା ପାଇଁ ରିଟର୍ଣ୍ଣ ଫାଇଲ କରୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଏକ ନିରପେକ୍ଷ ଯାଂଚ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।