Minister 2

FAQ ମାନର ଧାନ ଆଣନ୍ତୁ, ବେଶୀ ଖରାପ ହୋଇଥିଲେ ନେଇ ହେବନି: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

State

ଭୁବନେଶ୍ୱର : ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି ।  କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି ।  FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଏହା ମଧ୍ୟ କହିଛନ୍ତି ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ । କିନ୍ତୁ ବେଶୀ ଖରାପ ହୋଇଥିଲେ ନେଇ ହେବନି । କ୍ଷତି ହୋଇଥିବା ଧାନର କ୍ଷତିପୂରଣ ଦିଆଯାଉଛି ।  ୧୨ ଘଣ୍ଟା ଭିତରେ ଚାଷୀଙ୍କ ପାଖକୁ ଟଙ୍କା ଯାଉଛି । ୨୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ପାଇଁ ଟଙ୍କା ଦିଆ ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଆଳୁ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ଆଳୁରେ ଆମେ ସ୍ବୟଂ ସଂପୂର୍ଣ୍ଣ ହେବୁ । ଅପେକ୍ଷା କରନ୍ତୁ । ଦର ନିଶ୍ଚୟ କମିବ । ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ କିଛି ବିବାଦ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ହିସାବରେ ନିୟମ କରୁଛନ୍ତି ଓ ଆମେ ଆମ ହିସାବରେ ନିୟମ କରୁଛୁ ।