Img 20250104 Wa0178

ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଏକଦିବସିୟ କର୍ମଶାଳା ଅନୁଷ୍ଠିତ

State

ବାରିପଦା: ଶିଶୁ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ପ୍ରତ୍ୟେକ ଶିଶୁକୁ ଏକ ସୁସ୍ଥ ଓ ସୁରକ୍ଷିତ ବାତାବରଣର ଆବଶ୍ୟକତା ରହିଛି । ଏଥି ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଅଛି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଅଛି । ଏହି ପରିପ୍ରେକ୍ଷିରେ ଗତ ଶନିବାର ଦିନ ବାରିପଦା ଅଧିନସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଏକ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମନ୍ତ ସଏ ଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କର ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମସ୍ତ ଉପଖଣ୍ଡରେ ଚାଲୁଅଛି । ବାରିପଦା ଉପଖଣ୍ଡ ସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥୀ ଭାବରେ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଉପସ୍ଥିତ ଥିବାବେଳେ ଜନଜାତି ଶିକ୍ଷା ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ, ମୟୁରଭଞ୍ଜର ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି ସଭାପତିତ୍ୱ କରିଥିଲେ । ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଅଣ ଆନୁଷ୍ଠାନିକ ସେବା ଶ୍ରୀଯୁକ୍ତ ଅମର କୁମାର ଦେ ଉପସ୍ଥିତ ରହି ଶିଶୁ ସୁରକ୍ଷାର ବିଭିନ୍ନଦିଗ ସମ୍ପର୍କରେ ଆଲେଚନା କରିଥିଲେ ।

ଆକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ କୁମାର ବାରିକ କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ୍ ତଥା ଶିଶୁଙ୍କୁ ଉପଯୁକ୍ତ ଥଇଥାନ ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ମଙ୍ଗଳ ସମିତିର ସଦସ୍ୟ ମନମୋହନ ପ୍ରଧାନ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ବାସନ୍ତୀ ଟୁଡୁ ଅନ୍ୟତମ ଅଥିତି ଭାବରେ ଉପସ୍ଥିତ ରହି ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳାରେ ଶିଶୁ ମାନଙ୍କର ସମସ୍ୟା ଏବଂ ସେମାନଙ୍କର ସଠିକ୍ ଥଇଥାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ସମସ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।