Hzlp5zxmztkxabtjs2da 750x430

ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲା: ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

State

କଟକ: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଏସଡିଜେଏମ କୋର୍ଟ ଜାରି କରିଥିଲେ ଏନବିଡବ୍ଲୁ । ବ୍ୟକ୍ତିଗତ ସହାୟକ ଦେବ ପଣ୍ଡା ମୃତ୍ୟୁ ମାମଲାରେ ଜାରି ହୋଇଥିଲା ସମନ । ୨ ଥର ସମନ ସତ୍ତ୍ବେ ମଧ୍ୟ ହାଜର ନ ହେବାରୁ ଏନବିଡବ୍ଲୁ ଜାରି କରିଥିଲେ ଏସଡିଜେଏମ କୋର୍ଟ ।

ସୂଚନା ଅନୁସାରେ, ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ ଏସଡିଜେଏମ କୋର୍ଟ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ୨୦୧୯ ମସିହାରେ ନିଜର ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ରହସ୍ୟଜନକ ହତ୍ୟା ମାମଲାରେ ମାଲକାନଗିରିର ଏସଡିଜେଏମ୍ କୋର୍ଟ ଶ୍ରୀ ଅଗ୍ରୱାଲଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା କରିଥିଲେ । କୋର୍ଟଙ୍କ ଏହି ରାୟ ପରେ ଆଇଏଏସ୍ ଶ୍ରୀ ଅଗ୍ରୱାଲ ଗିରଫ ହେବାର ଆଶଙ୍କା ବଢ଼ିଥିଲା । ତେବେ ପୂର୍ବରୁ ଏହି ମାମଲାରେ ଶ୍ରୀ ଅଗ୍ରୱାଲ ନିଜର ସୁରକ୍ଷା ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଛନ୍ତି। ଏବେ କିନ୍ତୁ ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ |