33

କେରଳରେ ଏନସିସି କ୍ୟାମ୍ପରେ ଫୁଡ ପଏଜନିଂ ଅଭିଯୋଗ, ସେନା ଅଧିକାରୀଙ୍କୁ ଆକ୍ରମଣ

National & International

ନୂଆଦିଲ୍ଲୀ: କେରଳର ତ୍ରିକ୍କକାରାରେ କେଏମଏମ କଲେଜ ଅଫ୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସରେ ଏନସିସି କ୍ୟାମ୍ପରେ ସେନାର ଜଣେ ଅଧିକାରୀଙ୍କୁ ମାଡ଼ ଘଟଣା ସାମ୍‌ନାକୁ ଆସିଛି। ଘଟଣା ଡିସେମ୍ବର ୨୩ ତାରିଖ  ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ସିପିଆଇଏମ/ ଏସଏଫଆଇର ଜିଲ୍ଲା ମୁଖ୍ୟ ଭାଗ୍ୟ ଲକ୍ଷ୍ମୀ, ବିଜେପି କର୍ପୋରେଟର ପ୍ରମୋଦ ଏବଂ ତାଙ୍କର ସମର୍ଥକମାନେ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏମାନେ ଅଭିଯୋଗ ଆଣିଛନ୍ତି ଯେ, କ୍ୟାମ୍ପରେ ଖରାପ ଖାଦ୍ୟ ଦିଆଯାଇଛି ଯାହା ଯୋଗୁ ଫୁଡ୍‌ ଫଏଜନିଂ ହୋଇଛି। ଏହି କାରଣରୁ କିଛି କ୍ୟାଡେଟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି। ସେମାନଙ୍କ ଚିକିତ୍ସା ପାଇଁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସେପଟେ, ତ୍ରିକ୍କାକାରାରର କେଏମଏମ କଲେଜ ଅଫ୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସରେ ଏନସିସି କ୍ୟାମ୍ପରେ ସେନା ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏବେବି ଉତ୍ତେଜନା ଲାଗି ରହିଛି। କ୍ୟାମ୍ପ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ସିଂହ କହିଛନ୍ତି ଗତ ରାତିରେ ସାଢ଼େ ୧୧ ଟାରେ ଆକ୍ରମଣ ହୋଇଥିଲା। ଏହି ସମୟରେ ଦୁଇ ଜଣ ଡ୍ୟୁଟିରେ ନିୟୋଜିତ ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ସେନାର ଅଧିକାରୀ ସଂଯମତା ରକ୍ଷା କରୁଛନ୍ତି, ହେଲେ ଏହା ସତ୍ତ୍ବେବି ସେମାନେ ତାଙ୍କୁ ଆକ୍ରମଣ କରୁଛନ୍ତି।

ଏହି ଭିଡିଓରେ ସେନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର ନକରିବାକୁ କହୁଛନ୍ତି। ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ଖାଦ୍ୟରେ ବିଷକ୍ରିୟାର ସତ୍ୟତା ଜାଣିବା ପାଇଁ କ୍ୟାମ୍ପରୁ ଖାଦ୍ୟ, ପାନୀୟର ନମୁନା ନେଇଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରମାଣ ମିଳିନାହିଁ। ସେହିଭଳି ପୂରା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି। ଏହି ଘଟଣାର ତ୍ରିକ୍କାକ୍କାରା ପୋଲିସ ଷ୍ଟେସନରେ ରୁଜୁ କରିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।