Sambardhana Gives To Minister

ବାବା ରାମେଶ୍ୱର ଶିବ ମନ୍ଦିର କମିଟି ତରଫରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ବାରିପଦା : ସ୍ଥାନୀୟ ବିଜୟ ରାମଚନ୍ଦ୍ରପୁରସ୍ଥିତ ବାବା ରାମେଶ୍ୱର ଶିବ ମନ୍ଦିର କମିଟି ତରଫରୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଦ୍ୟ ବାବା ରାମେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଯୁକ୍ତ ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ, ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଦିବାକର ତ୍ରିପାଠୀ, ବିଜେପି ବରିଷ୍ଠ ନେତା ତଥା ସମାଜସେବୀ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ମନ୍ଦିରର ସୁରକ୍ଷା ତଥା ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଏବଂ ଏହାର ପାରିପାଶ୍ୱର୍ କିପରି ସୈାନ୍ଦଯ୍ୟକରଣ କରାଯିବ ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି କୃଷ୍ଣଚନ୍ଦ୍ର ବେହେରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ଦେଇ ସ୍ୱାଗତ କରିଥିଲେ ଏବଂ ଅଭିଜିତ ପଣ୍ଡା ଅତିଥି ମାନଙ୍କୁ କାର୍ଯ୍ୟକ୍ରମରେ ମଂଚକୁ ଆମନ୍ତ୍ରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟି ସଦସ୍ୟ ବନମାଳୀ ପାତ୍ର, ରୋମାନାଥ ସାହୁ, ଜ୍ଞାନେନ୍ଦ୍ର ଦାସ, ଖଗେଶ୍ୱର ପାତ୍ର, ଜିତ୍‌ବାନ ପାଲ, ରଜତ ପାତ୍ର, ମନରଞ୍ଜନ ଦାସ, ରସିକାନନ୍ଦ ମିଶ୍ର, ଭାରତୀ ପାତ୍ର, ପାର୍ବତୀ ରଣା, ଇନ୍ଦୁଭୂଷଣ ଜେନା, ଶିରିଶ ଚନ୍ଦ୍ର ବେହେରା, ଜଗେଶ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କମିଟିର ସମ୍ପାଦକ ଲାଲବିହାରୀ ସେଠୀ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ ।