Ri W

ଗିରଫ ହେଲେ ବୋରିଗୁମା ଭାରପ୍ରାପ୍ତ ଏଆରଆଇ, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସଂପତ୍ତି

State

ଭୁବନେଶ୍ଵର : ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା କୁମୁଳି ସର୍କଲର ଭାରପ୍ରାପ୍ତ ଏଆରଆଇ ସୁରେନ୍ଦ୍ର ତନ୍ତି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇ ଛି । ୩ଟି ବହୁତଳ ବିଲ୍ଡିଂ, ୧୭ଟି ପ୍ଲଟ୍ ର ମାଲିକ ସୁରେନ୍ଦ୍ର ।  ବୋରିଗୁମାର ବିଭିନ୍ନ ସ୍ଥାନରେ ରହିଛି ବିଲ୍ଡିଂ ଓ ପ୍ଲଟ୍ ।  ରେଡ୍ ବଳେ ୮୪ ଲକ୍ଷ ଟଙ୍କାର ଜାମା ରାଶି ଠାବ ହୋଇଛି ।  ଦେଢ଼ ଶହ ଗ୍ରାମ ସୁନା, ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୩ଟି ୪ କଚିଆ ଗାଡ଼ି ଠାବ ହୋଇଛି । ଗୋଟିଏ ବୋଲେରୋ, ଗୋଟିଏ ମହିନ୍ଦ୍ରା ଓ ଗୋଟିଏ ଅଲଟୋ କାର୍ ।  କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।  ତାଙ୍କ ଘର ସହ ବୋରିଗୁମ୍ମା ସରକାରୀ କାର୍ଯ୍ୟାଳୟରେ ବି ଚଢଉ ହୋଇଥିଲା । ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନିସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଥିଲେ ।  ଜୟପୁର ସ୍ପେସାଲ ଭିଜିଲାନ୍ସ ଜଜ୍ କୋର୍ଟରୁ ସୁରେନ୍ଦ୍ର ତନ୍ତିଙ୍କ ନାଁରେ ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା ।