Img 20241226 Wa0292

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଜିଲ୍ଲା ସ୍ତରୀୟ ମନ୍ଥନ ଶିବିର ଅନୁଷ୍ଠିତ

State

ବାରିପଦା:  ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଅନୁଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କର ଏକ ବୈଠକ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଯୋଜନାର ସୁପରିଚାଳନା ଏବଂ ଏହାଦ୍ୱାରା ଜିଲ୍ଲାରେ ଥିବା ଆଦିବାସୀ ମାନଙ୍କର ଜୀବନଶୈଳୀକୁ ତ୍ୱରାନ୍ୱିତ କରିବା ପାଇଁ ଆନିତ ଯୋଜନା ମାନଙ୍କର କାର୍ଯ୍ୟକାରିତା ବିଷୟରେ ଅଧିକ ତଥ୍ୟ ଦିଆଯାଇଥିଲା।

ସୂଚନାନୁସାରେ, ମୟୂରଭଞ୍ଜରେ ଥିବା ୨୬ ଟି ବ୍ଲକରେ ୧୩୬୩ଟି ଚିହ୍ନଟ ହୋଇଥିବା ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ବିକାଶକୁ ତ୍ୱରାନ୍ୱିତ କରିବା, ସେଠାକାର ଅନୁଷ୍ଠାନ ର ଉନ୍ନତି କରିବା, ଆଦିବାସୀ ମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଜୀବନ ଜୀବିକା ରେ ଉନ୍ନତି ଆଣିବା, ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ୫ ବର୍ଷ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ଚିହ୍ନିତ ହୋଇଥିବା ଜିଲ୍ଲାର ସମସ୍ତ ଗ୍ରାମ ଯେଉଁଠାରେ ସର୍ବମୋଟ ୯,୨୬,୫୫୦ ଆଦିବାସୀ ଜନସଂଖ୍ୟା ରହୁଛନ୍ତି ସେହି ମାନଙ୍କ ପାଇଁ ଏହି ଅଭିଯାନ ଅନୁଯାୟୀ ୨୫ ଗୋଟି ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି।

ଆଜିର ଏହି ଜିଲ୍ଲା ସ୍ତରୀୟ ମନ୍ଥନ ଶିବିର କୁ ୟୁ ଏନ୍ ଡି ପି ଦ୍ଵାରା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୭ ଗୋଟି ବିଭାଗର ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ଏବଂ ସେମାନଙ୍କ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି କିପରି ଆଦିବାସୀ ଜନଜାତି ରହୁଥିବା ଅଞ୍ଚଳ ମାନଙ୍କରେ ପରିପୂର୍ଣ୍ଣତା ହୋଇ ତାହା ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଅନୁଷ୍ଠିତ ବୈଠକରେ ବାରିପଦା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ପ୍ରଣୟ କୁମାର ବେହେରା, କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରବୀଣ କୁମାର ବାଣୁଆ, ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ପରୀକ୍ଷିତ ଦାଶ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁଶ୍ରୀ ପ୍ରତିଲିପି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ଏହି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଗତ ନଭେମ୍ବର ୧୫ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ର ୨୭ ଟି ଜିଲ୍ଲା ର ୨୪୩ ଗୋଟି ବ୍ଲକର ୭୬୬୭ ଗୋଟି ଗ୍ରାମ ରେ ଏହି ଅଭିଯାନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଚାଲିବ।