Man

ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ, ମୋ ଜୀବନ ଖୋଲା ବହି

State

ଭୁବନେଶ୍ଵର : ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ ସାମଲ ।  ତାଙ୍କ ଜୀବନ ଖୋଲା ବହି ।  ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରାଯାଉ ।  ଏହା ସହ ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପୂର୍ବରୁ ଏହାର ସତ୍ଯାସତ୍ୟ ପରଖାଯାଉ ବୋଲି କହିଛନ୍ତି ।

ସିବିଆଇ ତଦନ୍ତ ଦାବିକୁ ବି ସ୍ବାଗତ କରିଛନ୍ତି ।   ଗତକାଲି ରାଜା ଚକ୍ରଙ୍କ ଓକିଲ ଆଣିଥିଲେ ଏକ ଅଭିଯୋଗ ।  ୨୦୨୪ ଜୁନ, ଜୁଲାଇ ମାସରେ ରାଜା ଚକ୍ରଙ୍କ ସଂପୃକ୍ତି ଥିବା ସଂସ୍ଥାରୁ ଏକ କୋଟିରୁ ଅଧିକ ଟଙ୍କା ଦେଣନେଣ ହୋଇଥିଲା। ତେବେ କାହା ପାଖକୁ ଟଙ୍କା ଯାଇଥିଲା ନାଁ ନେଇନଥିଲେ । ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆକାଉଣ୍ଟ ନମ୍ବର ନେଇ ଚେକ କରାଯାଉ ବୋଲି ସେ କହିଛନ୍ତି ।

ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନାଆସୁ । ପରୀକ୍ଷା ନିରୀକ୍ଷ କରନ୍ତୁ । ମୋ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ ।  ଦଳ ଆକାଉଣ୍ଟ ଖୋଲା ଅଛି । ତାଙ୍କ ଜୀବନ ଖୋଲା ବହି। ଦଳର ନେତାମାନଙ୍କ ଜୀବନ ବି ଖୋଲା ।  ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପୂର୍ବରୁ ଏହାର ସତ୍ଯାସତ୍ୟ ପରଖାଯାଉ ।

ନହେଲେ ଗଣମାଧ୍ୟମ ବିଶ୍ବସ୍ତନୀୟତା ହରାଇବ। ଯଦି ବ୍ୟାଙ୍କ ମାଧ୍ୟମରେ ଟଙ୍କା ଟ୍ରାଞ୍ଜାକସନ ହୋଇଛି ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ଆକାଉଣ୍ଟ ଯାଞ୍ଚ କରାଯାଉ ବୋଲି କହିଛନ୍ତି ।  ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟାରେ ଗଢା ହୋଇଛି। ଏହା ସହ ସିବିଆଇ ତଦନ୍ତ ଦାବିକୁ ସ୍ବାଗତ କରିଛନ୍ତି ମନମୋହନ ସାମଲ ।