ଭୁବନେଶ୍ୱର :୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରବାସୀ ଭାରତୀୟ ସମ୍ମଳନୀ ଉଦଯାପନୀରେ ସାମିଲ ହେବେ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଆସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୪୦ ଦେଶରୁ ୫ ହଜାରରୁ ଊଦ୍ଧ୍ୱର୍ ପ୍ରବାସୀ ଭାରତୀୟ ଆସିବେ ।
ତେବେ ତିନି ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ। ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ । ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି । ଆଜିର ବୈଠକରେ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଅଧିକାରୀ, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଡିଏ, ବିଏମସି, ସିଏମସିର ଅଧିକାରୀ ଉପସ୍ଥିତ ଥିଲେ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କିଭଳି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଆଲୋଚନା ହୋଇଛି ।
ଅତିଥି ମାନଙ୍କ ପାଇଁ ଭୁବନେଶ୍ଵର ଆଖପାଖରେ ଥିବା ସମସ୍ତ ହୋଟେଲ ସମେତ ବିଭିନ୍ନ ବିଭାଗର ଆଇବି, ଅତିଥି ଭବନ ବୁକ ହେବ । ଏହା ସହ ସୁବିଧାଜନକ ଗମନାଗମନ ପାଇଁ CRUT ୫ଟି ଡବଲ ଡେକର ବସ ସହ ୫୦ଟି ନୂଆ ବସ ଯୋଗାଇବ ବୋଲି ସୂଚନା ମିଳି ଛି। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।