ବାରିପଦା: ମା ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଜାନୁଆରୀ ମାସ ୨୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ଭଂଜସେନାର ୨୭ ତମ ପ୍ରତିଷ୍ଠା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ପ୍ରତ୍ୟକ ବର୍ଷ ଭଳି ଏ ବର୍ଷ ମଧ୍ୟ ମୟୁରଭଞ୍ଜ ଜିଲ୍ଲା ତମାମ ପ୍ରତିଷ୍ଠା ଦିବସ ପାଳନ ହୋଇ ଶେଷରେ ବାରିପଦା ଠାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା।ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଅଧ୍ୟକ୍ଷ ସଞ୍ଜୀବ ରାଉତ୍, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଆବାହକ ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ସହର ସଭାପତି ରାକେଶ ମହାନ୍ତି,ସାଧରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଯୁବ ସଭାପତି ଏସ୍ କେ ରାଜା ଖାନ, ମୁଖପାତ୍ର ମାନସ ବେହେରା,ଧନଞ୍ଜୟ ସାହୁ, ସୋସିଆଲ ମିଡ଼ିଆ ସହ-ସଂଯୋଜକ ପ୍ରିତମ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ଗଣେଶ ମହାନ୍ତି, ଅମିତ୍ କୁମାର, କିଶୋର ମହାପାତ୍ର,ରବୀନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।