ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡ ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି । ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ ଓ ଅଵସରକାଳୀନ ସହାୟତା ପାଇଁ ଏହି ଅନୁଦାନ । ଓକିଲଙ୍କ ସହାୟତା ପାଇଁ ରହିଛି ଓଡିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡ । ୱେଲଫେୟାର ଫଣ୍ଡ ଟ୍ରଷ୍ଟ କମିଟିର ଅଧ୍ୟକ୍ଷ ହେଉଛନ୍ତି ଆଡଭୋକେଟ ଜେନେରାଲ ।
ରାଜ୍ୟରେ ସ୍ୱତନ୍ତ୍ର ଆକ୍ଟ ଅନୁଯାୟୀ ରହିଛି ୭ ଜଣିଆ ୱେଲଫେୟାର ଫଣ୍ଡ ଟ୍ରଷ୍ଟ କମିଟି। ପୂର୍ବରୁ ଆଇନଜୀବୀଙ୍କୁ ମୃତ୍ୟୁ ବା ଅଵସରକାଳୀନ ଅନୁଦାନ ମିଳୁଥିଲା ସାଢ଼େ ୪ ଲକ୍ଷ । ଏବେ ଏହି ଅନୁଦାନ ମିଳିବ ୯ ଲକ୍ଷ ଟଙ୍କା । ୱେଲଫେୟାର ଫଣ୍ଡ ରାଶି ବୃଦ୍ଧି ନେଇ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।