Cbi

ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ, କାରରୁ ଜବତ ୧୦ଲକ୍ଷ ଟଙ୍କା ଜବତ ଘଟଣା

State

ଭୁବନେଶ୍ୱର : ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ।  ଦାମୀ କାରରୁ ଜବତ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ସହ IAS ବିଷ୍ଣୁପଦ ସେଠୀଙ୍କ ସମ୍ପର୍କ ନେଇ ଚାଲିଛି ସମୀକ୍ଷା ।  ତଦନ୍ତରେ ଏବେ ସୁଦ୍ଧା ମିଳିଥିବା ତଥ୍ୟକୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି ।

ଦଶ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲରେ ରିମାଣ୍ଡ ଅବଧି ପରେ ଗିରଫ ତିନି ଅଭିଯୁକ୍ତ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ , ଆଦିତ୍ୟ ଇନଫ୍ରା ଏମଡି ଦେବଦତ୍ତ ମହାପାତ୍ର, ପେଣ୍ଟା ଏ ଷ୍ଟୁଡିଓ ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରାଯାଇଛି ।  ପୁଣି ଥରେ ରିମାଣ୍ଡ ଆଣିବାକୁ ଯୋଜନା କରୁଛି ସିବିଆଇ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେଇ ଜେରା କରିଛି ସିବିଆଇ ।

ଆଜି ଚଞ୍ଚଳ ମୁଖାର୍ଜୀଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ ।  ସିବିଆଇ ଏହି ମାମଲାରେ ତଦନ୍ତରେ ସହଯୋଗ କରିବା ପାଇଁ ଆୟକର ବିଭାଗ ଏବଂ ଇଡିକୁ ଚିଠି ଲେଖିଛି ।  ଗତକାଲି ବ୍ରିଜ ଆଣ୍ଡ ରୁଫ କାର୍ଯ୍ୟାଳୟ, ପେଣ୍ଟା ଏ ଷ୍ଟୁଡିଓ ଓ ଆଦିତ୍ୟ ଇନଫ୍ରା ଅଫିସରେ ସିବିଆଇ ରେଡ୍ କରିଥିଲା।

ସେହିପରି ଏହି ମାମଲାରେ ରାଜଧାନୀର ଏକ ଘରୋଇ ହୋଟେଲ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ଅଧିକାରୀ ମଧ୍ୟ ପଚରାଉଚରା କରାଯାଇଥିଲା । ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା ଜେରା । ହୋଟେଲର CCTVକୁ ମଧ୍ୟ ଯାଞ୍ଚ କରିଛି ସିବିଆଇ ।