ଗୋପ : କୁମ୍ଭୀର ଧରିବା ପାଇଁ ସ୍ବତନ୍ତ୍ର ଟିମ୍ । କୋଣାର୍କ – ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଧରିବା ପାଇଁ ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ସମେତ ବନକର୍ମଚାରୀ ଓ ନନ୍ଦନକାନନରୁ ସ୍ୱତନ୍ତ୍ର ୯ ଜଣିଆ ଉଦ୍ଧାରକାରି ଦଳ ସମୁଦ୍ର କୂଳରେ ପହଞ୍ଚିଛନ୍ତି । ଜଳଭାଗରେ ବୋଟ ସହାୟତା ସହିତ ସ୍ଥଳଭାଗରେ ପ୍ରତି ୧୦୦ ମିଟର ଦୂରତାରେ କର୍ମଚାରୀ ମୁତୟନ ରହି ଖୋଜା ଖୋଜି ଜାରି ରଖିଥିବା କହିଛନ୍ତି ଜିଲ୍ଲା ବନଅଧିକାରୀ ବିବେକ କୁମାର ।