Img 20241214 Wa0210

ସ୍ୱଳ୍ପ ଦୃଷ୍ଟିସମ୍ପନ୍ନ ପିଲାଙ୍କୁ ଚିହ୍ନଟ ପାଇଁ ଶିକ୍ଷକ ତାଲିମ ଶିବିର

State

ବାରିପଦା : ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସଂଯୋଜନାରେ ଏମକେସି ହାଇସ୍କୁଲ ପରିସରରେ ୧୭୪ ଟି ବିଦ୍ୟାଳୟରୁ ୧୯୨ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଓ ୧୩ ଜଣ ଆଞ୍ଚଳିକ ସାଧନ ସଂଯୋଜକଙ୍କୁ ନେଇ ପୃଥକ ପୃଥକ ଭାବେ ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଅଛି । ଏହି ଶିବିରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନଳିନୀକାନ୍ତ ପ୍ରଧାନ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଟୁଡୁ ପ୍ରମୁଖ ଉଦ୍ଘାଟନ କରିଥିଲେ । ଚକ୍ଷୁ ଏକ ଅମୂଲ୍ୟ ସମ୍ପଦ ଅଟେ, ଏହାର ଯତ୍ନ କିପରି କାରାଯାଇ ପାରିବ ଓ ବିଦ୍ୟଳୟରେ ପାଠ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ଆଖି କିପରି ସଠିକ ଭାବେ ଚିହ୍ନଟ କରାଯାଇପାରିବ ସେ ବିଷୟରେ ଅତିଥି ଦ୍ୱୟ ପରାମର୍ଶ ଦେଇଥିଲେ । ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ ଓ ସମଗ୍ର ଶିକ୍ଷା, ମୟୂରଭଞ୍ଜ ତରଫରୁ ଜିଲ୍ଲାରେ ପାଠ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ, ଦୃଷ୍ଟି ଦୋଷ ଥିବା ପିଲାମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବା ସହିତ ଆବଶ୍ୟକତା ଅନୁଯାଇ ଅପରେସନର ବେବସ୍ଥା,ବୀର ସୁରେନ୍ଦ୍ର ସାଇ ଦିବ୍ୟ ଦୃଷ୍ଟି ଯୋଜନା ମାଧ୍ୟମରେ କରାଯିବ । ବାରିପଦା ହସ୍ପିଟାଲର ଚକ୍ଷୁ ପରିକ୍ଷକ ଜ୍ୟୋତ୍ସ୍ନା ସ୍ଵାଇଁ ଓ କେ ସି ପୁର ହସ୍ପିଟଲର ଆୟୁଷ ଡାକ୍ତର ଅଭିଜିତ ରାଉତ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳରେ ପିଲାଙ୍କ ଚକ୍ଷୁ ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ମାନ ପ୍ରଦାନ କରଯାଇଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ତପସ୍ଵିନୀ ଦାଶ,ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ଶ୍ରୀମତୀ ରେଖାରଣୀ ଦାଶ ଓ ଦିଲୀପ କୁମାର ଦାଶ ଶିବିର ପରିଚାଳନା କରିଥିଲେ ।