Visnupads Driver 700x430

ସିବିଆଇ ଅଫିସରୁ ବାହାରି ସତ ଓଗାରିଲେ ବିଷ୍ଣୁପଦଙ୍କ ଡ୍ରାଇଭର

State

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜାରା କରିଛି । ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାରିଛନ୍ତି ଡ୍ରାଇଭର । ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ଡ୍ରାଇଭର ସାର୍‌ଙ୍କ ବାବଦରେ ସିବିଆଇ ପଚାରିଲେ । ଡ୍ୟୁଟି ପରେ କେଉଁଆଡେ ଯାଆନ୍ତି, କାହା ସହ ମିଶନ୍ତି ଏସବୁ ପ୍ରଶ୍ନ କଲେ ବୋଲି ସେ କହିଛନ୍ତି । ଗତ ୭ ତାରିଖ ସନ୍ଧ୍ୟାରେ ବିଷ୍ଣୁପଦ କେଉଁଠାରେ ଥିଲେ ସେ ବାବଦରେ ମଧ୍ୟ ସବିଆଇ ପଚାରିଥିବା ବେଳେ ଯାହା ଜାଣିଥିଲି ତାହାର ଉତ୍ତର ରଖିଲି ବୋଲି କହିଛନ୍ତି ଡ୍ରାଇଭର । ଏତିସହିତ ତାଙ୍କର ଏ ଘଟଣାରେ କୌଣସି ସଂପୃକ୍ତି ନାହିଁ ବୋଲି ସେ ସ୍ବଷ୍ଟ କରିଛନ୍ତି । ତାଙ୍କ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ନେଇ ସୂଚନା ଦେଇଛନ୍ତି ।

ତେବେ କହିରଖୁଛୁ, ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ସିବିଆଇ ଖୋଳତାଳ କରୁଥିବା ବେଳେ ଏବେ ଏଥିରେ ସଂପୃକ୍ତି ନେଇ ଆଇଏଏସ ବିଷ୍ଣୁପଦ ସେଠୀ ଏବଂ ତାଙ୍କର ୩ ଡ୍ରାଇଭରଙ୍କୁ ସମନ ଜାରି କରାଯାଇଥିଲା ।

ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।  ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏବେ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି । ,ଥିସହିତ ଆଜି ତାଙ୍କର ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ । ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା  । ଅନ୍ୟପକ୍ଷରେ ଏ ପୂରା ଘଟଣାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ବିଷ୍ଣୁପଦ।