Tur

ବେଧଡକ ଚୋରା ବାଲି ଚାଲାଣ: ୩ ବେଆଇନ ବାଲି ଵୋଝେଇ ହାଇଓ୍ବା ଗାଡ଼ି ଜବତ ସହ ଗାଡ଼ି ଚାଳକ ଙ୍କୁ କୋର୍ଟ ଚାଲାଣ

Crime State

ବାରିପଦା : ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ବାଲିଘାଟ ରୁ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଛି ।ବାଲି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ପୋଲିସ,ତହସିଲ ଓ ଖଣି ବିଭାଗ ନିୟମକୁ ଫୁ କରି ଦେଇଛନ୍ତି ପଡୋଶୀ ଝାଡ଼ଖଣ୍ଡର ମାଫିଆମାନେ ସୀମାନ୍ତ ତିରିଂରେ ଆସି ବିଭିନ୍ନ ବାଲିଘାଟ ରୁ ବେଆଇନ ଭାବେ ବାଲି ସହିତ ଲଘୁ ଖଣିଜ ପଦାର୍ଥକୁ ଲୁଟ କରୁଛନ୍ତି । ସ୍ଥାନୀୟ କୁଜି ରାଜନେତା,ଗ୍ରାମବାସୀଙ୍କୁ କିଛି କିଛି ପ୍ରଲୋଭନ ଦେଖାଇ ଦିନରାତି ବାଲି ଚୋରା ଚାଲାଣ କରୁଛନ୍ତି ।କେହି ପ୍ରତିବାଦ କଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଧମକ ଚମକ ଦେଉଛନ୍ତି ।ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।ତିରିଂ ଥାନାଧିକାରୀ ପ୍ରଶାନ୍ତ କୁମାର ଯେନା ଓ ତାଙ୍କ ଟିମ୍ ନୂଆଗାଁ ଛକରେ ଝାଡଖଣ୍ଡ ଅଂଚଳର ୩ ଟି ବେଆଇନ ବାଲି ବୋଝେଇ ହାଇଭା ଗାଡ଼ିକୁ ଜବତ କରିବା ସହ କେଶ ନମ୍ବର ୪୬,୪୭ ଏବଂ ୪୮ ରୁଜୁ କରି ୩ ଡ୍ରାଇଭର ଝାଡ଼ଖଣ୍ଡ ରାଜ୍ୟର କୁଆଲି ଥାନା ଅଂଚଳର ଚୈତନ୍ୟ ସୋରେନ, ଏବଂ ପଟକା ଥାନା ଅଂଚଳର ଜୟଦେବ କୁମାର ଦେ ଓ ରାଜାରାମ ଗୋପ ଙ୍କୁ କୋର୍ଟ ଚାଲାଣ କରିଛନ୍ତି । ହାଇଭା ଗାଡ଼ି ଧରା ପଡ଼ିବା ଜାଣି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।