Odisha Cm Grivance

ଆସନ୍ତା ସୋମବାର ଅଭିଯୋଗ ଣୁଣିବେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ଦୀର୍ଘ ଦିନର ବିରତି ପରେ ପୁଣି ଏଇ ସୋମବାର ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପ୍ରକୋଷ୍ଠ ଦ୍ବାର । ଆସନ୍ତା ୧୬ ତାରିଖ ସେମାବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣି କାର୍ଯ୍ୟକ୍ରମ ହେବ । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି ।  ଭୁବନେଶ୍ବର ସ୍ଥିତ ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରାକୋଷ୍ଠରେ ଏହି ଜନଶୁଣାଣି ଆୟୋଜିତ ହେବ ।

ତେବେ ଏନେଇ ବିଜ୍ଞପ୍ତି ସ୍ପଷ୍ଟ କରିଦିଆଯାଇଛି ଯେ, ଗତ ଅକ୍ଟେବାର ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯେଉଁମାନା ପୂର୍ବରୁ ପଞ୍ଜିକରଣ କରିଥିଲେ, ଏଥର ଶୁଣାଣି ବେଳେ କେବଳ ସେହିମାନେ ହିଁ ଦାକ୍ଷାତ କରିପାରିବେ । ସେହି ବ୍ୟକ୍ତିମାନଙ୍କୁ ପୁଣି ଥରେ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ଅକ୍ଟୋବର ୨୮ ତାରିଖ ପାଇଁ ପୁର୍ବରୁ ପଞ୍ଜିକରଣ କରିଥିବା  ଆବେଦନକାରୀମାନେ ସେମାନଙ୍କର ପ୍ରାପ୍ତି ସ୍ବୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି ।

ତେବେ କହିରଖୁଛୁ, ତେବେ ବାତ୍ୟା ଦାନା କାରଣରୁ ଗତ ଅକ୍ଟୋବର ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଣୁଣାଣି ବନ୍ଦ ରହିଥିଲା । ଏହା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ବିଧାନସଭା ଶୀତକାଳୀନ ଅଧିବେଶନ ସମେତ ବିଭିନ୍ନ କାରଣ ଯୋଗୁଁ ସେବେଠୁ ମୁଖ୍ୟମନ୍ତ୍ରୀ ଆଉ ଅଭିଯୋଗ ଶୁଣିନାହାନ୍ତି । ତେବେ ନୂଆ ବିଜେପି ସରକାର ଆସିବା ପରେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୟୁନିଟ୍ ୫ରେ ଥିବା ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଜନତାଙ୍କ ଦୁଃଖ ଶୁଣନ୍ତି ଏବଂ ଯଥା ସମ୍ଭବ ଏହାର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପରାମର୍ଶ ଦିଅନ୍ତି ।