ନୂଆଦିଲ୍ଲୀ : ଦେଶରେ ଥିବା ପୂଜାସ୍ଥଳୀ ଆଇନ ସମ୍ପର୍କିତ ମାମଲା ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଶର ସମସ୍ତ ଅଦାଲତ ବର୍ତ୍ତମାନର ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ସର୍ଭେ ଆଦେଶ ସମେତ କୌଣସି ପ୍ରଭାବଶାଳୀ ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଜାରି କରିବା ଉପରେ ଗୁରୁବାର ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ପୂଜାସ୍ଥାନ (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୧୯୯୧କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ଚାଲିଥିବା ବେଳେ ଏଭଳି ଦାବି ଉପରେ କୌଣସି ନୂତନ ମାମଲା ରୁଜୁ କରାଯାଇପାରିବ ନାହିଁ। ଯେହେତୁ ଏହି ମାମଲା ଏହି ଅଦାଲତରେ ବିଚାରାଧୀନ ଅଛି, ତେଣୁ ଆମେ ନିର୍ଦ୍ଦେଶ ଦେବା ଉଚିତ ମନେ କରୁଛୁ ଯେ ମାମଲା ଦାଏର କରାନୂଆଦିଲ୍ଲୀ : ଦେଶରେ ଥିବା ପୂଜାସ୍ଥଳୀ ଆଇନ ସମ୍ପର୍କିତ ମାମଲା ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଶର ସମସ୍ତ ଅଦାଲତ ବର୍ତ୍ତମାନର ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ସର୍ଭେ ଆଦେଶ ସମେତ କୌଣସି ପ୍ରଭାବଶାଳୀ ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଜାରି କରିବା ଉପରେ ଗୁରୁବାର ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ପୂଜାସ୍ଥାନ (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୧୯୯୧କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ଚାଲିଥିବା ବେଳେ ଏଭଳି ଦାବି ଉପରେ କୌଣସି ନୂତନ ମାମଲା ରୁଜୁ କରାଯାଇପାରିବ ନାହିଁ। ଯେହେତୁ ଏହି ମାମଲା ଏହି ଅଦାଲତରେ ବିଚାରାଧୀନ ଅଛି, ତେଣୁ ଆମେ ନିର୍ଦ୍ଦେଶ ଦେବା ଉଚିତ ମନେ କରୁଛୁ ଯେ ମାମଲା ଦାଏର କରାଯାଇପାରେ, କିନ୍ତୁ ଏହି ଅଦାଲତର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି ମାମଲା ପଞ୍ଜିକରଣ କରାଯିବ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ବିଚାରାଧୀନ ମାମଲାରେ ଅଦାଲତ ସର୍ବେକ୍ଷଣ ଆଦେଶ ସମେତ କୌଣସି ପ୍ରଭାବଶାଳୀ ମଧ୍ୟବର୍ତ୍ତିକାଳୀନ ଆଦେଶ କିମ୍ବା ଚୂଡ଼ାନ୍ତ ଆଦେଶ ଦେବେ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟକୁ ସୂଚନା ଦିଆଯାଇଥିଲା ଯେ ବର୍ତ୍ତମାନ ଦେଶରେ ୧୦ଟି ମସଜିଦ କିମ୍ବା ମନ୍ଦିର ବିରୋଧରେ ୧୮ଟି ମାମଲା ବିଚାରାଧୀନ ରହିଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଚଳିତ ପୂଜାସ୍ଥଳୀ (ସ୍ବତନ୍ତ୍ର ବ୍ୟବସ୍ଥା) ଆଇନ, ୧୯୯୧ର କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି।
ଆବେଦନରେ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖମାନଙ୍କୁ ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ କରାଯାଇଥିବା ସେମାନଙ୍କ ‘ଉପାସନା ସ୍ଥଳ ଓ ତୀର୍ଥସ୍ଥଳ’ର ପୁନରୁଦ୍ଧାର କରିବାର ଅଧିକାର ଛଡ଼ାଇ ନିଆଯାଇଛି ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ, କାଶୀ ରାଜପରିବାରର କନ୍ୟା ମହାରାଜା କୁମାରୀ କ୍ରିଷ୍ଣା ପ୍ରିୟା, ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, ପୂର୍ବତନ ସାଂସଦ ଚିନ୍ତାମଣି ମାଲବ୍ୟ, ଅବସରପ୍ରାପ୍ତ ସେନା ଅଧିକାରୀ ଅନୀଲ କାବୋତ୍ରା, ଆଇନଜୀବୀ ଚନ୍ଦ୍ର ଶେଖର, ବାରାଣସୀର ବାସିନ୍ଦା ରୁଦ୍ର ବିକ୍ରମ ସିଂହ, ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ଓ ମଥୁରାର ବାସିନ୍ଦା ତଥା ଧାର୍ମିକ ଗୁରୁ ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଅନ୍ୟମାନେ ୧୯୯୧ ଆଇନ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।