Shi

ପାରାଦୀପ :୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ

State

ପାରାଦୀପ : ୨ଟି ବୋଟ୍ ରୁ ୭୮ଜଣ ବାଂଲାଦେଶୀ ଅଟକ। କୋଷ୍ଟଗାର୍ଡ କର୍ମଚାରୀମାନେ ସମସ୍ତଙ୍କୁ ଜାହାଜରେ ପାରାଦୀପ ଆଣୁଛନ୍ତି । ସମୁଦ୍ର ସୀମା ଉଲଙ୍ଘନ କରି ଭାରତକୁ ପଶି ଆସିଛନ୍ତି ଏହି ବାଂଲାଦେଶୀ ମତ୍ସ୍ୟଜୀବୀ। ସନ୍ଧ୍ୟା ସୁଦ୍ଧା ସେମାନଙ୍କର ୨ଟି ବୋଟ ସହିତ ୭୮ ଜଣ ମତ୍ସ୍ୟଜୀବୀଙ୍କୁ ମେରାଇନ ପୋଲିସକୁ ହସ୍ତାନ୍ତର କରାଯିବ ।  ତେବେ ଏହି ବାଂଲାଦେଶୀ ମତ୍ସ୍ୟଜୀବୀ ନା ଅନୁପ୍ରବେଶକାରୀ ତାହା ସ୍ପଷ୍ଟ ହୋଇନାହିଁ । କୂଳକୁ ଅଣାଯାଇ ସେମାନଙ୍କୁ ପଚରାଉଚରା କରାଗଲେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।

ପ୍ରକାଶଯୋଗ୍ୟ , ପୂର୍ବରୁ ବାଂଲାଦେଶୀ ସନ୍ଦେହରେ ପାରାଦୀପ ଆଦର୍ଶ ଥାନାରେ୧୦ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି ।  ବାଲିପୁଟରୁ ଡଙ୍ଗାରେ ମାଛ ଧରିବାକୁ ଆସିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ଛଡ଼ା ଯାଇଛି  । ସୂଚନା ଅନୁସାରେ  ଏହି ୧୨ ଜଣ ବସରେ ଆସି ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ବାଂଲାଦେଶୀ ହୋଇଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ ।

ପରେ ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡ଼ିଥିଲେ । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ହୋଇଥିଲା । ଅନ୍ୟପଟେ ପାରାଦୀପ ବସଷ୍ଟାଣ୍ଡ , ସମୁଦ୍ର କୂଳ, ଷଣ୍ଢକୁଦ ବସ୍ତି, ନେହରୁବଙ୍ଗଳା ଓ ମାଛଧରା ବନ୍ଦର ପରି ବିଭିନ୍ନ ସ୍ଥାନରେ ପୋଲିସ ଯାଞ୍ଚ କରୁଥିବା ବେଳେ ଉପକୂଳ ସମୁଦ୍ରରେ ମଧ୍ୟ ମେରାଇନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ବୋଟଗୁଡିକରେ କଡାକଡି ଯାଞ୍ଚ କରାଯାଉଛି।