Jatra 2 750x430

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

State

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଅଶ୍ଳୀଳ ନୃତ୍ୟ ସମାଜ ଉପରେ କୁପ୍ରଭାବ ପକାଉଛି । ନୃତ୍ୟ ଭଳି କଳାକୁ ଅସମ୍ମାନ କରୁଛି । ଏହା ଦ୍ବାରା ଯୁବବର୍ଗ ବି ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ଯାତ୍ରାରେ ଏଣିକି ଆଉ ଅଷ୍ଳୀଳ ନୃତ୍ୟ ଚାଲିବ ନାହିଁ । ଏନେଇ ସରକାର ଖୁବଶୀଘ୍ର ସରକାର ମାର୍ଗଦର୍ଶକ ଆଣିବାକୁ ଯାଉଛନ୍ତି ।

ଆଜି ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ହେବ ନାହିଁ । ଯାତ୍ରାରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ ଖୁବ୍ ଶୀଘ୍ର ବନ୍ଦ ହେବ ।  ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଆଣୁଛନ୍ତି । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି ସୂଚନା ଦେଇଛନ୍ତି ମନ୍ତ୍ରୀ ।