Murder 2 750x430

ଯୁବକଙ୍କୁ ପିଟିପିଟି ହତ୍ୟା ପରେ ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ

State

ଝାରସୁଗୁଡ଼ା : ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ବିଲରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ୨ଜଣଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଚାଲିଛି ପଚରା ଉଚରା ।

ସୂଚନା ଅନୁସାରେ, ଗୁରୁବାର ରଜତ ଘରୁ ବାହାରି ଛକକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକୁ ଚାପୁଡ଼ା ମାରିଥିଲେ ରଜତ । ପରେ ସେହି ବ୍ୟକ୍ତିଙ୍କ ପୁଅ ଓ ତାଙ୍କର କିଛି ସହଯୋଗୀ ରଜତଙ୍କୁ ଫାର୍ମହାଉସକୁ ଟେକି ନେଇ ମାଡ଼ ମାରିବା ସହ ଗାଁ ବାହାରେ ଥିବା ଏକ ଜମିରେ ଫିଙ୍ଗି ଦେଇଥିଲେ । ସୂଚନା ପାଇ ଲଇକେରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରଜତଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ରଜତଙ୍କ ମୃତଦେହରେ ଅନେକ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।