Vigilance Acf

ଏସିଏଫ ବାବୁଙ୍କ ଘରେ ପୁଳା ପୁଳା ଟଙ୍କା, ଜବତ ହେଲା ୧୪ ଲକ୍ଷ

State

ସମ୍ବଲପୁର: ଏସିଏଫ ବାବୁଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ ରାଶି ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ ଜାରି କରିଥିବା ବେଳେ ଏବେ ବି ଖୋଳତାଡ ଜାରି ରଖିଛି ।

ତେବେ ଆଜି ସକାଳୁ ସକାଳୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁର ଓ ବରଗଡ଼ ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ସମେତ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକର ୫ ଓ ୬ନଂ ଫ୍ଲାଟ୍‌ରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଏଥିସହିତ ସମ୍ବଲପୁର ଫାର୍ମ ରୋଡ୍ ସିଟି ପ୍ରାଇଡ୍ ଆପାର୍ଟମେଣ୍ଟ ବିଲଡିଂର A-406 ଫ୍ଲାଟ, ସମ୍ବଲପୁର-ଝାରସୁଗୁଡା ରାସ୍ତାର ମାଲିପାଲିରେ ଥିବା ଏକ ମହଲା ବ୍ୟବସାୟିକ କୋଠା ଓ ବରଗଡ଼ ବିଜେପୁରର ପୈତୃକ ଘର ବଲଣ୍ଡାରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହି ଚଢାଉରେ ଭିଜିଲାନ୍ସ ଟିମର ୩ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।