ବାରିପଦା: ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତରେ ପ୍ରଥମ ଥର ଜନ୍ମ ମାଟିକୁ ଗସ୍ତ ନେଇ ଚଳ ଚଞ୍ଚଳ କୁସୁମି ବ୍ଳକର ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର |ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରେ ଆସି 06 ଡିସେମ୍ବର ରେ ମୟୁରଭଂଜ ଗସ୍ତ ରହିଥିବା ବେଳେ ସକାଳ 09.30ରେ ଭୁବନେଶ୍ବର ବିମାନବନ୍ଦରରୁ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବେ | 11.05ରେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୁର୍ବାହ୍ନ ୧୧ଟା ୦୫ମିନିଟ ରେ ଅବତରଣ କରିବେ ଏବଂ ସଡକପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ।ଏହାପରେ ଉପରବେଡା ସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ବଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨.୩୦ମିନିଟ ରେ ଉପରବେଡା ରୁ ବାହାରି ସଡକପଥ ରେ ରାଇରଙ୍ଗପୁର ସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ 03.20ରେ ସେଠାରୁ ବାହାରି ରାଇରଙ୍ଗପୁର ସ୍ଥିତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ବାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ସେବା ଓ ସ୍ବର୍ଗରଥ ଗାଡି କୁ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 04.10 ଘଟିକା ରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକ ଙ୍କ ସହ ଭାବବିନିମୟ କରିବେ। ଅପରାହ୍ନ 04.50 ରେ ରାଇରଙ୍ଗପୁରର ପୁଣ୍ୟେଶ୍ବର ଶିବମନ୍ଦିର ପରିସର ରେ ପୂର୍ବରୁ ସ୍ଥାପିତ ହୋଇଥିବା ଶ୍ରୀ ଗଣେଶ ମୁର୍ତ୍ତି ଠାକୁରଙ୍କୁ ସଂଧ୍ଯା ଆଳତୀ କରିବାର କାର୍ଯ୍ୟକ୍ରମ ସୂଚନା ମିଳିଛି । ଆଳତୀ କରିବା ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ |ତା ପହର ଦିନ ଅର୍ଥାତ 07.12.24 ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁର ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚିବେ: ପୂର୍ବାହ୍ନ 10.45ରେ ବାଙ୍ଗିରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ପୁର୍ବାହ୍ନ 11.00ରେ ବାଙ୍ଗରିପୋଷୀ ରେଳଷ୍ଟେସନ ସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି,ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ,ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ କରିବା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତିକରଣ, ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତ ରଖିବେ ମଧ୍ୟାହ୍ନ 12.25ରେ ବାଙ୍ଗରିପୋଷି ହେଲିପ୍ୟାଡରେ ପହଞ୍ଚିବେ।
12.35ରେ ବାଙ୍ଗରିପୋଷି ହେଲିପ୍ୟାଡରୁ ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ ସ୍ଥିତ କଲେଇକୁଣ୍ଡା ଏୟାରବେସ ରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୁଆଦିଲ୍ଲୀକୁ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଜିଲ୍ଲା ପ୍ରଶାସନ ଓ ବାମନ ଘାଟୀ ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ଚୂଡାନ୍ତ ପର୍ଯାୟରେ ହୋଇ ସାରିଛି | ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ରେ ରାଇରଙ୍ଗପୁର ଅଞ୍ଚଳରେ ବେଶ ଖୁସିର ମାହୋଲ ଦେଖିବାକୁ ମିଳିଛି । ରାଜ୍ୟ ପ୍ରଶାସନ ଓ ପୋଲିସ ରାଷ୍ଟ୍ରପତି ଙ୍କ ଗସ୍ତ ନେଇ ସମସ୍ତ ପଦକ୍ଷେପ ନେବା ସହ ସୁରକ୍ଷା, ଗମନାଗମନ କୁ ଗୁରୁତ୍ଵ ଦେଇଛି ।