Onn 3

ବରଗଡ଼ରେ ସରିଲା ଧନୁଯାତ୍ରା, ମାମୁ କଂସଙ୍କୁ ବଧ କଲେ ଶ୍ରୀକୃଷ୍ଣ

State

last-1

ବରଗଡ଼   : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। କଂସ ବଧ ସହ ସରିଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।

ଏହାପରେ ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ପୁରୀ ଆସିଛନ୍ତି । ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୧୧ ଦିନର ରାଜୁତିରେ ମହାରାଜ କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତ, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନକଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ। । ବରଗଡ଼ ମଥୁରାନଗରୀ ଓ ଓ ଗୋପପୁର ସାଜିଥିଲା ଅମ୍ବାପାଲ୍ଲୀ।