ବାରିପଦା: ନିଖିଳ ଓଡିଶା ସାନ୍ତାଳୀ ସ୍ନାତକତ୍ତୋର ଛାତ୍ର ସଂଘ ଗତ ସପ୍ତାହରେ ବାରିପଦା ଏବଂ କପ୍ତିପଦାଉପଖଣ୍ଡରେ ବଭିନ୍ନ ମହାବିଦ୍ୟାଳୟରେ ଅାରମ୍ଭ କରିଥିବା ଦାବିପତ୍ର ଦାଖଲ ଅଭିଯାନ ଏକ ମାରାଥନ ପ୍ରକ୍ରିୟାରେ ବାମନଘାଟି ସବ୍-ଡିଭିଜନରେ ସାନ୍ତାଳୀ ଭାଷାର ଶିକ୍ଷା ନଥିବା ନେଇ ଯୋରଦାର ଅଭିଯାନ ଶେଷ କରିଛନ୍ତି। ସଂଘର ସଭାପତି ବିକ୍ରମ ବେଶ୍ରାଙ୍କ ନେତୃତ୍ବରେ ସାନ୍ତାଳୀକୁ ମାତୃଭାଷା ଭାବେ +୨ ସ୍ତରରେ ଏବଂ ସ୍ନାତକ ସ୍ତରରେ ଇଚ୍ଛାଧିନ ଓ ସମ୍ମାନ ବିଷୟ ଭାବରେ ସାମିଲ କରିବା ପାଇଁ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଶେଷ ପର୍ଯ୍ୟାୟରେ ରାଇରାଙ୍ଗପୁର ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ଜେନା, ଗୋରୁମହିଷାଣୀ ଲୌହ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ଗିରି, ଧୀରଜଲାଲ କଲେଜ ବହଳଦା ଅଧ୍ୟକ୍ଷ ଶ୍ରୀ ମୋତିଲାଲ ମହାନ୍ତ, ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତିରିଙ୍ଗ, ଅଧ୍ୟକ୍ଷ ଶ୍ରୀ ମେଟନ ଉଲ୍ଲାକା, ଗୋରୁମହିଶଷାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ , ଗୌରୀ ଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଡିଆସୋଳ, ଅଧ୍ୟକ୍ଷ ରାମକୃଷ୍ଣ ଦାସ, କଳିଙ୍ଗ ଡିଗ୍ରୀ କଲେଜ ମଣଦା, ଅଧ୍ୟକ୍ଷ ଶ୍ରୀ ଭୂପତି କୁମାର ମହାନ୍ତ, କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶିବ ଗିରି, ରାଜନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୁହାଶିଳା, ଅଧ୍ୟକ୍ଷ ଶ୍ରୀ କବି ସଙ୍ଗ୍ରାମ ଶତପଥୀ, ଜାନକୀ ବଲ୍ଲଭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହାଟବାଦଳା, ଅଧ୍ୟକ୍ଷ ଶ୍ରୀ ଭାବ ଶଙ୍କର ପରିଡା, ବାଦାମପାହାଡ଼ କଲେଜ, ଅଧ୍ୟକ୍ଷ ଶ୍ରୀ ଭୂପତି ଭୂଷଣ ଗିରି ବାଦାମ ପାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟକ୍ଷ ଦିଲୀପ କୁମାର ଗିରି, ସରକାରୀ ବାଳିିକା SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଦାମପାହାଡ ଅଧ୍ୟକ୍ଷ ଡ଼ଃ ବିଭୂତି ଭୂଷଣ ସାହୁ, କୈଳାଶ ଚନ୍ଦ୍ର ଦୀଲ୍ଲୀପ କୁମାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜତଳା, ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସଂଘର ସଭାପତି ବିକ୍ରମ ବେଶ୍ରା କହିଛନ୍ତି, “ଏହି ଅଞ୍ଚଳ, ସାନ୍ତାଳୀ ଲିପି ଅଲଚିକିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ନ୍ମସ୍ଥଳୀ ଏବଂ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳ ଭାବରେ ବେଶ ପରିଚିତ ତଥାପି ତାଙ୍କ ଅଞ୍ଚଳରେ ସାନ୍ତାଳୀ ଭାଷାର ଶିକ୍ଷା ପାଇଁ ପର୍ଯ୍ୟାପ୍ତ ସୁଯୋଗ ନଥିବା ଅତ୍ୟନ୍ତ ଦୁଃଖଦାୟକ।”
ଏହି ଦାବିପତ୍ର ଦେବା ସମୟରେ ଜିତେନ ହାଁସଦା (ସାଧାରଣ ସମ୍ପାଦକ, ଆସେକା ରାଇରାଙ୍ଗପୁର), ଦୁର୍ଗା ଚରଣ କିସ୍କୁ, ରାଜମଲ ମୁର୍ମୁ, ଡୁମନୀ ବାସ୍କେ,ରାଜମଲ ମୁର୍ମୁ, ବିଶୁ ହାଁସଦା, ଅରବିନ୍ଦ ଟୁଡୁ ,ଯଦୁନାଥ ଟୁଡୁ (ଶାଖା ଆସେକା ମଣଦା) ରାମରାୟ ମାଝୀ (ପରାମର୍ଶଦାତା, ତିରିଙ୍ଗ ଶାଖା ଆସେକା) ସୁଗୁଦା ମୁର୍ମୁ (ସମ୍ପାଦକ, ତିରିଙ୍ଗ ଶାଖା ଆସେକା), ଅର୍ଜ୍ଜୁନ ହାଁସଦା (ସମ୍ପାଦକ, ଶାଖା ଆସେକା ଗୋରୁମହିଷାଣୀ), ରାମ ଚନ୍ଦ୍ର ହେମ୍ବ୍ରମ, ସାଗ୍ରାମ ସୋରେନ, ସାଇବା ମାଝୀ, ଛୋଟରାୟ ମୁର୍ମୁ (ଟିସିଏସ ଅଲଚିକି ସଂଯୋଜକ), ଭାଗୀରଥି ମୁର୍ମୁ (ସମ୍ପାଦକ, ଶାଖା ଆସେକା କାଦୁଆଣୀ), ଟିସିଏସ ଅଲଚିକି ଶିକ୍ଷକ , ଟିକାରାମ ଟୁଡୁ, ଦୁବରାଜ ଟୁଡୁ, ରାଇସେନ ମାର୍ଣ୍ଣି, ଚନ୍ଦ୍ର ମୋହନ ହାଁସଦା, ବିରସିଙ୍ଗ୍ ମାର୍ଣ୍ଡି (ସମ୍ପାଦକ, ଉପରବେଡ଼ା ପିଲ୍ ମାଝି ମହଲ) ପ୍ରମୁଖ ସାମିଲ ଥିଲେ ।