Img 20250316 Wa0047

ସଚ୍ଚିଦାନନ୍ଦ ଗୁରୁକୁଳ ଅନ୍ତେବାସୀ ନିଆର ଢଙ୍ଗ ପାଳିଲେ ହୋଲି

State
  • ରାସାୟନିକ ହୋଲି ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ପାଳିଲେ ହୋଲି

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ କୌଣସି ରାସାୟନିକ ହୋଳି ବ୍ୟବହାର ନ କରି ପ୍ରାକୃତିକ ସାମଗ୍ରୀ ବୋଳାବୋଳି ହୋଇଥିଲେ ତତ୍ସହିତ ପିଲାମାନେ ମାନବ ପିରମିଟ ହୋଇ ଦହିହାଣ୍ଡି ଭାଙ୍ଗି ଆନନ୍ଦଉଲ୍ଲାସ ସହିତ ନିଆରା ଢ଼ଙ୍କରେ ପାଳିଥିଲେ ହୋଲି l
ଅଧ୍ୟକ୍ଷ ଅଜିତ କୁମାର ବେହେରା ଓ ବିଷ୍ଣୁପଦ ବେରାଙ୍କ ତତ୍ତ୍ଵାବଧାନରେ ଯୋଗଗୁରୁ ରାକେଶ ମହାନ୍ତଙ୍କ ବତାଇଥିବା ଉପାୟରେ ଗୁରୁକୁଳର ପିଲାମାନେ ଉଈ ମାଟିକୁ ସଂଗ୍ରହ କରି ତାକୁ କିଛିଦିନ ଖରା ଶୁଖାଇ ପରେ ପାଣିରେ ପଚାଇ କାଦୁଅ ହୋଲି ପ୍ରସ୍ତୁତ କରିଥିଲେ ତତ୍ସହିତ ପଳାଶ ଫୁଲ, ଗୋଲାପ ଫୁଲ, ମେଞ୍ଜୁଆତି ପତ୍ରରେ ମଧ୍ଯ ରଙ୍ଗ ପ୍ରସ୍ତୁତ କରାଯାଇଥିଲା l

ଟ୍ରଷ୍ଟି ଉର୍ମିଳା ବେରା, ଟ୍ରଷ୍ଟି ସବ୍ୟସାଚୀ ପଲେଇ, କୁରୁକୁଳର ଆଇ ମାଆ ସ୍ନେହଲତା ବେହେରା, ଅବସରପ୍ରାପ୍ତ ସି ଆର ପି ଏଫ୍ ମେଜର ରାଖାଲ ଵେରା , ରଞ୍ଜନ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମେଲି ଦେ, ପୁରାତନ ଛାତ୍ରୀ କାତ୍ୟାୟନୀ ଦାସ, ତନ୍ୟତା ମହାନ୍ତ ଓ ପଲକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହିତ ପିଲା ମାନଙ୍କ ସହିତ ହୋଲି ଖେଳି ଥିଲେ l