Puri 3 750x430

ପୁରୀରେ ନୌସେନା ଦିବସ ପାଇଁ ୩ ଯାଏଁ ଟ୍ରାଫିକ କଟକଣା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା

State

ପୁରୀ : ବିଶ୍ବ ଦେଖିବ ନୌସେନାର ବୀରତ୍ବ । ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ । କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ । ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ । ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ । ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍ ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ନ ଯିବାକୁ ଅପିଲ୍ କରିଛନ୍ତି ପୁରୀ ଜିଲ୍ଲାପାଳ । ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର । ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହ ତିନି ସେନାର ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ ଅତିଥି ମାନେ ଯୋଗଦେବେ । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଟାଉନ ହଲ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।  ନୌସେନା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।