Court Order 1 1 750x430

ଭିଜିଲାନ୍ସ ରାୟ; ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପାଞ୍ଚ ଜଣ ସରପଞ୍ଚ ସମେତ ବିଦ୍ୟୁତ ଠିକାଦାର ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

State

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ପାଞ୍ଚ ଜଣ ସରପଞ୍ଚ ସମେତ ଜଣେ ବିଦ୍ୟୁତ ଠିକାଦାର ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ୨୦୦୩-୦୪ ମସିହାରେ ଏକାଦଶ ଅର୍ଥ କମିଶନ ରୁ ମୟୁରଭଞ ଜିଲା ଉଦଳା ବ୍ଲକ ର ଛଅ ଗୋଟି ପଞ୍ଚାୟତ ଯଥା ଖଲାଡି , କୁଣ୍ଡାବାଇ , ବଡସିଙ୍ଗାରିଆ, ଶ୍ରୀବମଚନ୍ଦ୍ରପୁର , କୁଚୁଳାଡିହା ଏବଂ ରାଢ କୁ ଟଙ୍କା ଆସିଥିଲା ବିଦ୍ୟୁତ ସଡିୟମ ଭେପର ଲାଇଟ ଲଗାଇବା ପାଇଁ । ଏହିସବୁ ଲାଇଟ ସପ୍ଲାଇ ଦେବାପାଇଁ ବାରିପଦାର ଏସ ବି ଇଲେକଟ୍ରିକାଲ କୁ ଅନୁମତି ମିଳିଥିଲା । ଏହିସବୁ ଲାଇଟ ସପ୍ଲାଇ ରେ ଆର୍ଥିକ ଅନିୟମିତତା ହୋଇଥିବାର ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୪/୨୦-୧-୨୦୦୫ ରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ମୋଟ ୧,୪୪,୬୭୧ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବାର ଜଣା ପଡିଥିଲା ।

ଆଜି ଉକ୍ତ କେସର ବିଚାର କରାଯାଇ ମାନ୍ୟବର ଭିଜିଲାନ୍ସ ଅଦାଲତ ପକ୍ଷରୁ ଦଫା ୧୩(୨) ପିସି ଆକ୍ଟ , ୪୬୮,୪୦୯, ୪୭୭(ଏ), ୧୨୦(ବି) ଅନୁଯାୟୀ ସରପଞ୍ଚ ବସେନ ମାରାଣ୍ଡି , ଜତୀନ୍ଦ୍ର ସିଂ , ବୁଦ୍ଧିରାମ ସିଂ , ସୀତା ବାସ୍କେ , ମହାଦେବ ଟୁଡୁ ଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ସତର ହଜାର ଟଙ୍କା ଲେଖାଏଁ ଜୋରିମାନା ଅନେଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ବିଦ୍ୟୁତ ଠିକାଦାର ବାରିପଦା ବାଘଡାରୋଡ ଅଞ୍ଚଳର ସଞୟ ଦାସ ଙ୍କୁ ଦଫା ୪୬୮,୪୦୯, ୪୭୭(ଏ), ୧୨୦(ବି) , ୪୨୦ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଚଉଦ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଯାଇଅଛି । ଉକ୍ତ କେସରେ ସଂପୃକ୍ତଥିବା ଚାରିି ଜଣ ପଞ୍ଚାୟତ ସେକ୍ରେଟେରୀ (ଭିଏଲଡବ୍ଲୁ) ପ୍ରଭାକର ପଣ୍ଡା , ଶିବତ୍ସ କଲିଆ , ରାମଚନ୍ଦ୍ର ବେହେରା ଏବଂ ସନ୍ତୋଷ ବେହେରା ଙ୍କୁ ଆବଶ୍ୟକୀୟ ସାକ୍ଷ୍ୟ ଏବଂ ପ୍ରମାଣ ଅଭାବରୁ ଅଦାଲତ ପକ୍ଷରୁ ନିର୍ଦ୍ଧୋଶରେ ଖଲାସ କରାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିବାବେଳେ ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜିବୀ କୈଳାସ ଚନ୍ଦ୍ର ସୋ ପରିଚାଳନା କରିଥିଲେ ।