Onn 3

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

Crime State

କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ ଗତକାଲି ଅପରାହ୍ନ ସାଢ଼େ ୩ଟାରେ ସ୍କୁଲ କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲକୁ ଆସି ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ୪ ଜଣ ଛାତ୍ରୀଙ୍କୁ ସେ ଗାଳିଗୁଲଜ କରିଥିଲେ, ଆଉ ଭୟରେ ପିଲାମାନେ ସ୍କୁଲର ଶୌଚାଳୟକୁ ପଳାଇଥିଲେ । ହେଲେ ସଭାପତି ଜଣକ ବାହାରୁ ଶୌଚାଳୟକୁ ତାଲା ମାରି ଦେଇଥିଲେ l ଦୀର୍ଘ ସମୟ ଧରି ଛାତ୍ରୀମାନେ ପାଟି କରିବାରୁ ବାହାରୁ ତାଲା ଖୋଲିଥିଲେ l ପରେ ପରିବାର ଲୋକଙ୍କ ସହ ଛାତ୍ରୀ ମାନେ ଏବେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ତ ଏତଲା ଦେଇଛନ୍ତି। କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି l କାହଁକି ସଭାପତି ଏଭିଲି କାଣ୍ଡ କଲେ ତାହା ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଜଣାପଡିବ ।