- କାମନାରୁ ବସ୍ତୁ ପ୍ରାପ୍ତ ହୁଏ ଏବଂ ସୁଖ ଦେଇଥାଏ ପୁଣି ସେହି ପ୍ରାପ୍ତ ବସ୍ତୁର କ୍ଷୟ ରୁ ଦୁଃଖ ଜାତ ହୁଏ – ସ୍ୱାମୀ ଚିରୁପାନନ୍ଦ ସରସ୍ୱତୀ
ବାରିପଦା – ବାରିଣୀ ରୋଡ଼ ମଧୁବନ ରେ ଚିନ୍ମୟ ମିଶନ ଆନୁକୂଲ୍ୟରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ନୋଏଡା ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀଙ୍କ ଦ୍ୱାରା ସାତ ଦିନ ଧରି ଚାଲିଥିବା ମହାଭାରତ ଜ୍ଞାନ ଯଂଜ୍ଞ ଆଜି ଉଦଯାପିତ ହୋଇଯାଇଛି l
ଉକ୍ତ ଦିନଗୁଡିକରେ ସେ ଡିଭାଇନ କଲେଜ, ମୟୁରଭଞ୍ଜ ମେନେଜମେଣ୍ଟ କଲେଜ, ସଚ୍ଚିଦାନନ୍ଦ ଗୁରୁକୁଳ, ମହାରାଜା ପୂର୍ଣଚନ୍ଦ୍ର ସୟଂ ଶାସିତ ମହାବିଦ୍ୟାଳୟ, ବାରିପଦା ମହାବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଉଦବଦନ ଦେଇ ଥିଲେ l ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ, ଲାଠିକଟା ଚିନ୍ମୟ ମିଶନ ଆଚାର୍ଯ୍ୟ ବ୍ରହ୍ମଚାରୀ ଅନିକେତ ଚୈତନ୍ୟ, ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମହାନ୍ତି, ସମ୍ପାଦକ ଅଜିତ ବେହେରା ଉପସ୍ଥିତ ଥିଲେ l
ସଭାପତି ବିଜୟ ଲେଙ୍କା, ସମ୍ପଦ ଦାସ, ବିବେକାନନ୍ଦ ଦାସ, ସବ୍ୟସାଚୀ ପଳେଇ, ଶକୁନ୍ତଳା ପାଲ, ପ୍ରଦୀପ ମହାନ୍ତି, ଡା ପ୍ରାଣକୃଷ୍ଣ ବେହେରା, ତପନ ପଟ୍ଟନାୟକ, ହୃଦାନନ୍ଦ ଆଚାର୍ଯ୍ୟ, ସତ୍ୟଜିତ ପାଲ,ବିକ୍ରମ କେଶରୀ ଜେନା, କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଇନ୍ଦିରା ଜେନା, କ୍ରିଷ୍ଣା ଘୋଷ, ସୁରାତିବାଳା ଦାସ, ସ୍ବର୍ଣ୍ଣ ପ୍ରଭା ଦାସ, ସୌଦାମିନୀ ମହାନ୍ତି, ସୁରେଶ୍ୱରୀ ମହାନ୍ତି, ଜୟନ୍ତୀ ଲେଙ୍କା ସହଯୋଗ କରିଥିଲେ l ଚିନ୍ମୟ ଯୁବ କେନ୍ଦ୍ର ର ସମ୍ପାଦକ ବିଷ୍ନୁପଦ ବେରା ଧନ୍ୟବାଦ ଅର୍ପଣ କରିଥିଲେ l