କଟକ : କଟକ ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତ୍ରିଶୁଳିଆରୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ପୀଡ଼ିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଛି । ଏବେ ICUରେ ନାବାଳିକାଙ୍କ ଚାଲିଛି ଚିକିତ୍ସା । ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ପୀଡ଼ିତାଙ୍କ ପରିବାର ମଧ୍ୟ ଝାଡ଼ଖଣ୍ଡର ବୋଲି ସେ କହିଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ତିନୋଟି ଟିମ ଗଠନ କରି ତଦନ୍ତ କରୁଥଲା ପୋଲିସ । ପୀଡ଼ିତାଙ୍କ ଉତ୍ତମ ଚିକିତ୍ସାର ତଦାରଖ ଲାଗି ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଗତକାଲି ରାତିରେ ଶିଶୁ କନ୍ୟାକୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ । ତ୍ରିଶୁଳିଆ ଅଞ୍ଚଳର ଏକ ଇଟାଭାଟିରେ ଦୁଷ୍କର୍ମ ହୋଇଥିବା ନେଇ ଵାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୀଡ଼ିତାଙ୍କୁ ପ୍ରଥମେ ଶିଶୁଭବନ ପରେ ଅଧିକ ଚିକିତ୍ସା ଲାଗି ଏସସବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।