Crocodile

ଗାଧେଇବାକୁ ଯାଇଥିବା ସମୟରେ ଭିଡିନେଲା କୁମ୍ଭୀର

State

ଆଳି : ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଂଚାୟତର ସିଙ୍ଗିଡ଼ି ଗାଁରେ ଘଟିଛି ଏକ ଅଭାବନୀ ଘଟଣା । ସୂଚନା ମୁତାବକ, ଗାଁ ନିକଟସ୍ଥ ଏକ ଜୋରରେ ମଣିଷଖିଆ କୁମ୍ଭୀର ନେଲା ଜୀବନ। ଗାଧେଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଝାମ୍ପି ନେଲା କୁମ୍ଭୀର । ଗତକାଲି ରାତିରେ ଘଟିଛି ଏଭଳି ଏକ ଛାତିଥରା ଘଟଣା ।

ଯାହା ସୂଚନା ମିଳିକି କି, ସିଙ୍ଗିଡ଼ି ଗାଁର ସନାତନ ସାମଲ ଗାଧୋଇବା ପାଇଁ ଜୋରକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରିନଥିଲେ । ଯାହାଫଳରେ ଘର ଲୋକେ ଓ ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସନାତନଙ୍କ ପତ୍ତା ମିଳିନଥିଲା । ତେବେ ସଭିଏଁ ମିଶି ଖୋଜା ଖୋଜି କରିବା ସମୟରେ ଜୋର ନିକଟରେ ତାଙ୍କ ଚପଲ ଓ ସାଇକେଲ ପଡିଥିବାର ଦେଖିବାକୁ ମିଳିଥିଲା ।

ହେଲେ ଆଜି ସକାଳେ ଜୋର ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଲୋକେ ଦେଖିବାକୁ ପାଉଥିଲେ । ଏହାପରେ ଗ୍ରାମବାସୀ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଏଯାଏ ପହଁଚି ନାହିଁ ବନ ବିଭାଗ । ଏପଟେ ରାଜକନିକା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଯଦି ଆପଣମାନେ ଏପରି କୌଣସି ପାଣି ଥିବା ସ୍ଥାନକୁ ଶୌଚ ପାଇଁ କିମ୍ବା ଅନ୍ୟ କିଛି କାମ ପାଇଁ ଯାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଖାଲି ବର୍ଷା ଦିନ ନୁହେଁ ଏବେ ବି ଉଛୁଳା ନଈ, ପୋଖରୀ,ଜୋର ମାନଙ୍କରେ ବୁଲୁଛନ୍ତି ମଣିଷଖିଆ କୁମ୍ଭୀର । ନିଜେ ସତର୍କ ରୁହନ୍ତୁ ନିଜ ପରିବାର ତଥା ଆଖପାଖ ଲୋକଙ୍କୁ ସଚେତନ କରାନ୍ତୁ