Bali Jatra

ଏଥର ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ୧୨ ଦେଶର ରାଷ୍ଟ୍ରଦୂତ

State

କଟକ: ଚଳିତ ଥର ବାଲି ଯାତ୍ରାରେ ଅତି କମରେ ୧୨ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର ସମ୍ଭାବନା ରହିଛି।

କଟକ ସହରରେ ଆୟୋଜିତ ଏହି ଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଠ ଦିନ ଧରି ଚାଲିବ।

ଏଥିରେ ଅଂଶଗ୍ରହଣ କରିବାକୁ ୧୨ଟି ଦେଶର ରାଷ୍ଟ୍ରଦୂତମାନେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏହି ଉତ୍ସବରେ ଅଧିକ ରାଷ୍ଟ୍ରଦୂତଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଉନ୍ନୟନ କମିଶନର-କମ- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଥାଇଲ୍ୟାଣ୍ଡ, ନେପାଳ, ଶ୍ରୀଲଙ୍କା, ସ୍ଲୋଭାକିଆ, ଇଣ୍ଡୋନେସିଆ ଏବଂ ଭୁଟାନ ଭଳି ୬ଟି ଦେଶରୁ ସାଂସ୍କୃତିକ ଦଳ ଅଂଶଗ୍ରହଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମହୋତ୍ସବକୁ ବିଶ୍ୱବ୍ୟାପୀ ପ୍ରୋତ୍ସାହିତ କରିବା ପାଇଁ ଏସବୁ କରାଯାଉଛି।