Img 20241111 Wa0345

ବାରିପଦା ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଆରମ୍ଭ

State

ବାରିପଦା : ଭଞ୍ଜପୂର ଜଗଦ୍ଧାତ୍ରୀ ପଡିଆରେ ମାଆ ଜଗଦ୍ଧାତ୍ରୀଙ୍କ ୭୨ ତମ ପୂଜା ରୀତି ନୀତି ଅନୁଯାୟୀ ଯାକଯମକରେ ଅନୁଷ୍ଠିତ ହୋଇଯାଇଅଛି। ୧୦ ତାରିଖ ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ବେଲଗଡିଆ ନିକଟସ୍ଥ ଚିପଟ ନଦୀରୁ ବିଧି ବିଧାନ ଅନୁସାରେ ଘଟ ଉତ୍ତୋଳନ ହୋଇ ଏକ ବିରାଟ ଶୋଭଯାତ୍ରାରେ ରେ ସହର ଓ ସାହି ପରିକ୍ରମା କରି ଶେଷରେ ପୂଜା ମଣ୍ଡପରେ ପହଞ୍ଚିଥିଲା। ଘଟ ଉତ୍ତୋଳନ ଯାତ୍ରାକୁ ସଫଳ କରିବାପାଇଁ ପୂଜା କମିଟି ର ସଦସ୍ୟ ଋଷିରାଜ ପଟ୍ଟନାୟକ ଓ ପ୍ରମୋଦ ମହାନ୍ତିଙ୍କ ସହଯୋଗ ରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗର ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଦଳ ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ଚନ୍ଦନପୁର ର ଘୋଷ ଘଣ୍ଟୁଆ ଦଳ, ପୁରୀ ମେଢ଼ ନାଚ, ପୁରୀ ନିଆଁ ବନାଟି ଖେଳ, ମୟୂରଭଞ୍ଜର ପାରମ୍ପରିକ ଛଉ ବାଜା, ମୟୂରଭଞ୍ଜ ଜିଲ୍ଲାର ସୋରିଷକୋଠି ଅଞ୍ଚଳ ର ସଙ୍କୀର୍ତ୍ତନ ଦଳ, ପଶ୍ଚିମ ବଙ୍ଗର ମେଦିନୀ ପୁର ଢ଼ାକ ବାଜା ଓ ବାରିପଦାର ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦପାଠ କରାଯାଉଥିଲା I ମାଆଙ୍କ ପ୍ରତ୍ୟକ୍ଷ ଘଟ ମୁଣ୍ଡାଇଥିଲେ ଅବନୀ ଶଙ୍କର ଷଡ଼ଙ୍ଗୀ ଓ ସଂକଳ୍ପ ରେ ଯୋଗ ଦେଇଥିଲେ ଭଞ୍ଜପୂର ଅଞ୍ଚଳ ମଣ୍ଟୁ ନନା, ବାବଲି ଭାଈ ପୂଜାକୁ ସମ୍ପାଦିତ କରିଥିଲେ ବୟୋଜ୍ୟେଷ୍ଠ ବ୍ରାହ୍ମଣ ମହାଜନ ସମ୍ପଦ ନନା, ମନୋଜ ନନା, କାହ୍ନୁ ନନା ଓ ଚଣ୍ଡୀ ପାଠ ନିମନ୍ତେ ବାଲେଶ୍ବର ସୁଜୁନାଗଡ ରୁ ଶ୍ରୀ ସତପଥୀ ନନା ଯୋଗ ଦେଇଥିଲେ।