Ti

ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ

sports

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବଡ଼ ଝଟକା ଦେଇଛି ଟିମ୍ ଇଣ୍ଡିଆ। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାଇଁ ପାକିସ୍ତାନ ଯିବ ନାହିଁ। ଟିମ୍ ଇଣ୍ଡିଆ ଦୁବାଇରେ ଖେଳିପାରେ। ତେବେ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ପାକିସ୍ତାନ ନଯିବାର କାରଣ ଦର୍ଶାଇଛି। ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି।

ନିକଟରେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ କଥା ହୋଇଥିଲା। ଏଥିରେ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି। ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିପାରିବ।
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ। ନିକଟରେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ କଥା ହୋଇଥିଲା। ଏଥିରେ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି। ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିପାରିବ। ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଗସ୍ତରେ ଯାଇଥିଲେ। ସେବେଠାରୁ ଟିମ୍ ଇଣ୍ଡିଆକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଏହି ଖବର ପାକିସ୍ତାନକୁ ଚକିତ କରିଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତକୁ ରାଜି କରାଇବା ଉପରେ ପାକିସ୍ତାନ ଖୁବ ଉଦ୍ୟମ କରିଥିଲା। କିନ୍ତୁ ତାହା ଫଳପ୍ରଦ ହୋଇନଥିଲା। ପାକିସ୍ତାନରେ ମ୍ୟାଚ୍ ଖେଳି ଟିମ୍ ଇଣ୍ଡିଆ ଭାରତ ଫେରିବାକୁ ପିସିବି ପ୍ରସ୍ତାବ ଦେଇଥିଲା। ଏହାକୁ ନେଇ ଆହୁରି ଅନେକ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ବିସିସିଆଇ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।