Whatsapp Image 2024 11 08 At 16.13.11 750x430

ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ ତାଲିମ କାର୍ଯ୍ୟକ୍ରମ

State

ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରି। ଆଜି ଏକଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଅଛି । କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରାଜ୍ୟ ପୋଷ୍ୟ ଗ୍ରହଣ ସଂଯୋଜନା ସଂସ୍ଥା ଓ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆୟୋଜନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅତିରିକ୍ତ ଜିଲ୍ଲାପାଳ, ୩୦ଗୋଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ରାଜ୍ୟରେ ଥିବା ୩୩ଗୋଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନ ସଂସ୍ଥାର ପରିଚାଳକମାନେ ଯୋଗ ଦେଇଥିଲେ। ଉଦଘାଟନ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ମୋନିଷା ବାନାର୍ଜୀ, ଅତିରିକ୍ତ ନିର୍ଦ୍ଦେଶକ ସମ୍ବିତ କୁମାର ନାୟକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୋଷ୍ୟ ଗ୍ରହଣ ଓ ପ୍ରଦାନ ର ପ୍ରକ୍ରିୟା କୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଦିଗକୁ ଧ୍ୟାନ ଦେବା ସହିତ ନିୟମାବଳୀର ଆଲୋଚନା କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।  ସେହିପରି ସାମାନ୍ୟ ବୟସ୍କ ପରିତ୍ୟକ୍ତ ଓ ସମର୍ପିତ ଶିଶୁ ମାନଙ୍କର ପୋଷ୍ୟ ସଂଖ୍ୟା ବୃଦ୍ଧି ପାଇଁ ଧ୍ୟାନ ଆକର୍ଷଣ କରା ଯାଇଥିଲା। ଏହାପରେ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀର ସମ୍ବଳ କର୍ମୀ ଅନ୍ଵେଷା ମିଶ୍ର ଏବଂ ଶିବମ ତ୍ୟାଗୀ ପ୍ରକ୍ରିୟା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରିତୀକାନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶେଷରେ ରାଜ୍ୟ ପୋଷ୍ୟ ଗ୍ରହଣ ସଂସ୍ଥା ର କାର୍ଯ୍ୟକ୍ରମ ପ୍ରବନ୍ଧକ ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।