ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର State November 4, 2024ONNLeave a Comment on ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର ରାଉରକେଲା: ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର l ମୃତ୍ୟୁର କାରଣ ଅସ୍ପଷ୍ଟ l ମୃତକ ହେଲେ ଡାକ୍ତର ସନ୍ତୋଷ ହୁଗାର (୩୦)। ଘଟଣାସ୍ଥଳରେ ସେକ୍ଟର ୩ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ସେ ଏନଆଇଟିରେ ମେଡିକାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ପୁଲିସ କହିଛି l ଫ୍ୟାନରେ ତାଙ୍କ ଶବ ଝୁଲୁଥିବା ଦେଖି ପାଖ ପଡୋଶୀ ଏନଆଇଟି ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ l ପୁଲିସଠୁ ସୂଚନା ପାଇ ପରିବାର ରାଉରକେଲା ଆସୁଛନ୍ତି l ସେମାନେ ପହଁଚିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଛି ।