ବାରିପଦା: ଭାରତର ପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସିର ପ୍ରତିଷ୍ଠା ଦିବସ ପାଲବଣୀଠାରେ ପାଳିତ ହୋଇଛି। ମହିଳା ଶ୍ରମିକ ସାଥୀ ସୁନୀ ସିଂ ପତାକା ଉତ୍ତୋଳନ କରିଥିଲେ। ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗଦେଇ ବକ୍ତବ୍ୟରେ ୧୯୨୦ ମସିହା, ଅକ୍ଟୋବର ମାସ ୩୧ ତାରିଖ ବମ୍ବେ ଠାରେ ପ୍ରତିଷ୍ଠିତ ସର୍ବ ପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ଆଜି ୧୦୫ ବର୍ଷ ବୟସରେ ପଦାର୍ପଣ କରିଛି। ଇଂରେଜ ଶାସନ ଅମଳରୁ ଶ୍ରମିକମାନଙ୍କ ଶୋଷଣ ବିରୁଦ୍ଧରେ ଏବଂ ଶ୍ରମିକର ଅଧିକାର ଓ ସାମାଜିକ ସୁରକ୍ଷାକୁ ଜଗିରଖି କାମ କରିବା ସହିତ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରୁଛି। ନିର୍ମାଣ ଶ୍ରମିକ ସଂଘର ନେତାମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ତୀବ୍ର କରିବାକୁ ସୁନୀ ସିଂ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟ ଉଡର କନଭେନର ସାଥୀ କାହ୍ନୁଚରଣ ବେହେରା, ଗୈାର କାଳନ୍ଦୀ, ମହେଶ୍ୱର ବେହେରା,ଶାମ ସିଂ ,ଲଖମି ମହାନ୍ତ, ଦୂର କାଳନ୍ଦୀ, କରମତୀ ବେହେରା, ଯାତ୍ରୀ ମହାନ୍ତ, ବର୍ଷା ରାଣୀ ସିଂ,କଳାବତୀ ପାତ୍ର, ଲାଲମୋହନ କାଳନ୍ଦୀ, ପ୍ରସନ୍ନ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇଥିଲେ।ଜନଦାଵୀ ନେଇ ଆସନ୍ତା ନଭେମ୍ବର ୧୧ ତାରିଖ ବାରିପଦା ବ୍ଲକ୍ ଘେରାଉରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି।