ବାରିପଦା: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୩ କିମି ଦୂର ରାଇରଙ୍ଗପୁର/ ଗୋରୁମହିଷାଣୀ ରାସ୍ତା ଦୁବୁଲାଵେଡା ଗ୍ରାମ ଓ୍ଵାସିଂ ପଏଣ୍ଟ ରାସ୍ତା ନିକଟରେ ଆଜି ମଙ୍ଗଳବାର ଦିନ ସଂଧ୍ୟା ୭ ଟା ପାଖାପାଖି ସମୟରେ ଏକ ବୁଲେଟ ସହ ୟାମା ବାଇକ ଆସନା ସାମ୍ନା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।ୟାମା ବାଇକରେ କୁଚେଇବୁଢି ଗ୍ରାମର ମୃତ୍ୟୁଞ୍ଜୟ ଡାଙ୍ଗୁଆ ଏବଂ ଦୁବୁଲାବେଡା ଗ୍ରାମର ଚିତ୍ତରଞ୍ଜନ ସର୍ଦ୍ଦାର ଥିଲେ । ସେହିଭଳି ବୁଲେଟ ବାଇକ୍ ରେ ମହୁଲଡିହା ଗ୍ରାମର ଗୁଲୁରାମ ମାଝୀ ଏବଂ ଡାକ୍ତର ସୋରେନ ଥିଲେ । ସେମାନଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ଡାକ୍ତର ମୃତ୍ୟୁଞ୍ଜୟ ଡାଙ୍ଗୁଆ ଏବଂ ଗୁଲୁରାମ ମାଝୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଡାକ୍ତର ଖାନା ଲୋକାରଣ୍ୟ ହେବା ସହ ଏକ ଶୋକାକୁଳ ପରିବେଶ ହୋଇ ଉଠିଥିଲା ।
ଖବର ପାଇ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଏବଂ ରାଇରଙ୍ଗପୁର ବିଧାୟକ ଜଲେନ ବାର୍ତା, ସମାଜସେବୀ ଶଶାଙ୍କ କୁମାର ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଗୁରୁତରଙ୍କ ହାଲଚାଲ ବୁଝିବା ସହ ଗୁରୁତରଙ୍କୁ ତୁରନ୍ତ ବାରିପଦା ଜିଲ୍ଲା ହସ୍ପିଟାଲ କୁ ପଠାଇବା ବ୍ୟବସ୍ଥା କରିଥିଲେ । ସେହିଭଳି ମୃତକଙ୍କ ପରିବାରକୁ ସମବେଦନା ଓ ସାନ୍ତ୍ଵନା ଦେଇଥିଲେ । ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ରାଇରଙ୍ଗପୁର ସହରର ଦୁଇ ଯୁବକଙ୍କ ଅକାଳ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ନେଇ ସମସ୍ତେ ମର୍ମାହତ ।ଗୁଲୁରାମ ମାଝୀ ଓ ମୃତ୍ୟୁଞ୍ଜୟ ଗାଙ୍ଗୁଆ ଦୁଇଜଣ ଭାରି ମେଳାପି, ସମାଜସେବୀ ଓ ପରୋପକାରୀ ଥିଲେ । ସେମାନଙ୍କ ମୃତ୍ୟୁରେ ରାଇରଙ୍ଗପୁର ଯୁବ ମହଲରେ ତାଙ୍କର ପ୍ରିୟ ହାତୀକୁ ସବୁଦିନ ପାଇଁ ହରାଇଥିବାରୁ ଶୋକରେ ଛାୟା ଖେଳିଯାଇଛି ।