Amar

ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମ୍‌ପି: ଅମର ଶତପଥୀ

State

ଭୁବନେଶ୍ବର : ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି । ୨ ଜଣଙ୍କ ପରେ ଆଉ କିଛି ଏମ୍ ପି ଛାଡ଼ିପାରନ୍ତି । ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ । ସେ କହିବା ଆରମ୍ଭ କରିବାରୁ ଅନେକ ମୁହଁ ଖୋଲୁଛନ୍ତି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ । ୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନ ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି । ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି ।
ସୂଚନା ଅନୁସାରେ, ବିଜେଡି ନିର୍ବାଚନୀ ବିପର୍ଯ୍ୟୟର କାରଣ ସାଜିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଦଳର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଓ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ମୁହଁ ଖୋଲି ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାରୁ ବିଜେଡି ଚିହିଁକି ଉଠିଛି ।